Below header

ଫିଲ୍ମ ଦୁନିଆରୁ ସମୟ ବାହାର କରି ହିମାଳୟ ଗୁମ୍ଫାରେ ଧ୍ୟାନ କରୁଥିବା ନଜର ଆସିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଜ୍ୟାକଲିନ ଫରନାବିଶ ପ୍ରାୟ ସବୁ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଉ ଅବା ନିଜର କୌଣସି ଫିଲ୍ମ ପାଇଁ ହେଉ । ଏମିତିକି ନିଜ ସୋସିଆଲ ମିଡ଼ିଆ କମେଣ୍ଟ ପାଇଁ ମଧ୍ୟ ସେ ସବୁ ସମୟରେ ଚର୍ଚ୍ଚାରେ ରୁହନ୍ତି | କିନ୍ତୁ ନିକଟରେ ଜ୍ୟାକଲିନଙ୍କର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି । ଜ୍ୟାକଲିନଙ୍କ ପ୍ରଶଂସକ ତାଙ୍କୁ ଏକ ‘ଅଟୋ ବାୟୋଗ୍ରାଫି ଯୋଗୀ’ ନାମକ ଏକ ଆଧ୍ୟାତ୍ମିକ ପୁସ୍ତକ ଉପହାର ଦେଇଥିଲେ । ଏହି ପୁସ୍ତକଟି ଜ୍ୟାକଲିନଙ୍କୁ ଆଧ୍ୟାତ୍ମିକ ଦିଗ ପ୍ରତି ପ୍ରେରଣା ଯୋଗାଇଥିଲା । ନିକଟରେ ଏହି ଅଭିନେତ୍ରୀ ଜଣକ ନୈନିତାଲର ଏକ ସୁନ୍ଦର ସ୍ଥାନକୁ ‘ମିସେଜ ସିରିଏଲ କିଲର’ ନାମକ ଏକ ପ୍ରୋଜେକ୍ଟର ସୁଟିଂ ପାଇଁ ଯାଇଥିଲେ ।

jacklin

ଏହି ସମୟରେ ନୈନିତାଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନ ଖୋଲି ଉପଭୋଗ କରିବା ସହ ରାଣୀଖେତର ବାବାଜୀ ଗୁମ୍ଫାକୁ ପରିଦର୍ଶନ କରିଥିଲେ । ନିଜ ବ୍ୟସ୍ତ ସମୟ ଭିତରୁ କିଛି ସମୟ ବାହାର କରି ଏଠାରେ ସେ ଧ୍ୟାନ ମଧ୍ୟ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ନିଜର ‘ନେଟଫ୍ଲିକ୍ସ’ ଫିଲ୍ମ ଡ୍ରାଇଭ ପାଇଁ ଖୁବ ବ୍ୟସ୍ତ ଅଛନ୍ତି । ପୂର୍ବରୁ ମଧ୍ୟ ଜ୍ୟାକଲିନ ଏହି ପବିତ୍ର ଗୁମ୍ଫା ଦର୍ଶନ କରିବା ପାଇଁ ବେଶ ଉତ୍ସାହିତ ଥିବା ଜଣା ଯାଇଛି । ଜ୍ୟାକଲିନ ଗୁମ୍ଫା ଗୁଡିକ ବୁଲିବା ସମୟର ନିଜର କିଛି ଅନୁଭବକୁ ମଧ୍ୟ ମିଡିଆରେ ସେୟାର କରିଛନ୍ତି । ଯେବେ ସେ ପାହାଡ ପର୍ବତ ପରି ସ୍ଥାନରେ ଥାନ୍ତି ନିଜେ ବହୁତ ଶାନ୍ତି ଅନୁଭବ କରିଥାନ୍ତି ।

ଏହା ସହ ପଢନ୍ତୁ: ମୁମ୍ବାଇର ଡନ୍‌ ସାଜିବେ ହ୍ରିତିକ, ୯ ବର୍ଷ ପରେ ଭନସାଲୀଙ୍କ ସହିତ କରିବେ କାମ

ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ଏଭଳି ପରିବେଶରେ ବିତେଇବା ଦ୍ୱାରା ମନରେ ମଧ୍ୟ ଏକ ପ୍ରକାର ସ୍ଥିରତା ଆସୁଥିବା କଥା ସେ କହିଛନ୍ତି । ଏହି ଗସ୍ତରୁ ସେ ଅନୁଭବ କରିଛନ୍ତିକି ତାଙ୍କୁ ଏହିପରି ଟ୍ରିପର କେତେ ଆବଶ୍ୟକତା ରହିଛି । ଆଗକୁ ନିଜ ବ୍ୟସ୍ତ ଜୀବନରୁ କିଛି କିଛି ସମୟ ବାହାର କରି ନିଶ୍ଚିତ ରୂପେ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ଗୁଡିକରେ ସମୟ ଅତିବାହିତ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.