ଆପଣ କେବେ ବୁଲିଯାଇଛନ୍ତି କି ଏଭଳି ଅଦ୍ଭୁତ ମ୍ୟୁଜିୟମ, ଯେଉଁଠି ରହିଛି ଯାଦୁବିଦ୍ୟା ଏବଂ ଗୁଣିଗାରେଡି କରୁଥିବା ଜିନିଷ

ଆପଣମାନେ ତ ଅନେକ ମ୍ୟୁଜିୟମ ଦେଖିଥିବେ, ବୁଲିବାକୁ ମଧ୍ୟ ଯାଇଥିବେ। ଯେଉଁଠାରେ ଜୀବଜନ୍ତୁଙ୍କ କଙ୍କାଳ ସହିତ ଇତିହାସ ସହିତ ଜଡିତ ଜିନିଷ ଆପଣମାନେ ଦେଖିବାକୁ ପାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଅଦ୍ଭୁତ ମ୍ୟୁଜିୟମ ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଠାରେ କୌଣସି ଇତିହାସ ସହିତ ଜଡିତ ତଥ୍ୟ କିମ୍ବା ଜିନିଷ ନୁହେଁ ଅଜୀବ ଜିନିଷ ରଖାଯାଇଛି।

gujurat

ଗୁଜରାଟର ଅହମଦାବାଦରେ ଓ୍ଵିଚର ବର୍ତନ ନାମକ ଏକ ମ୍ୟୁଜିୟମ ରହିଛି। ଯେଉଁଠାରେ ୪୦୦୦ରୁ ଅଧିକ ବାସନ ରହିଛି, ଯେଉଁଥିରେ ୧୦୦ ବର୍ଷ ପୁରୁଣା ବାସନ ରହିଛି। ଏହି ମ୍ୟୁଜିୟମରେ ପ୍ରତିଟି ଧାତୁରେ ନିର୍ମିତ ବାସନ ରଖାଯାଇଛି। ଏହି ମ୍ୟୁଜିୟମରେ ଭାରତୀୟ କାରିଗରଙ୍କ କଳା ଏବଂ ସାଂସ୍କୃତିକ କାରିଗରୀ ଦେଖିବାକୁ ମିଳୁଛି।

museum-toilet

ସେହିପରି ଦିଲ୍ଲୀରେ ଏକ ସୁଲଭ ଇଣ୍ଟରନ୍ୟାସନାଲ ଶୌଚାଳୟ ମ୍ୟୁଜିୟମ ରହିଛି। ଏଠାରେ ବିଭିନ୍ନ ପ୍ରକାର ଶୌଚାଳୟରୁ ଜିନିଷ ସଂଗ୍ରହ କରି ରଖାଯାଇଛି। ଏହି ମ୍ୟୁଜିୟମକୁ ୨୫୦୦ ବର୍ଷ ପୂର୍ବେ ରୋମାନ ସମ୍ରାଟଙ୍କ ଦ୍ୱାରା ବ୍ୟବହାର କରାଯାଉଥିଲା। ଏହା କୌଣସି ସାଧାରଣ ଶୌଚାଳୟ ନୁହେଁ ବରଂ ସୁନା ଏବଂ ରୂପାରେ ନିର୍ମିତ ଶୌଚାଳୟ ରହିଛି।

ଦିଲ୍ଲୀର ବାହାଦୁର ଶାହ ଜଫର ମାର୍ଗରେ ଚିଲଡ୍ରେନ ବୁକ୍‌ ଟ୍ରଷ୍ଟ ଭବନରେ ଏକ ମ୍ୟୁଜିୟମ ରହିଛି, ଯାହା ଶଙ୍କର ଇଣ୍ଟରନ୍ୟାସନାଲ ଡଲ୍ସ ମ୍ୟୁଜିୟମ ନାମରେ ଜଣାଶୁଣା। ଏହି ମ୍ୟୁଜିୟମରେ ବିଭିନ୍ନ ପ୍ରକାରର କଣ୍ଢେଇ ରଖାଯାଇଛି। ଯାହାକୁ ଜଣାଶୁଣା କାଟୁନିଷ୍ଟ କେ ଶଙ୍କର ପିଲ୍ଲେଇ ପ୍ରସ୍ତୁତ କରିଛନ୍ତି।

museum 2

ଗୁହାଆଟିର ମାୟୋଙ୍ଗ ଗାଁ ରହିଛି ସବୁଠାରୁ ଅଦ୍ଭୁତ ମ୍ୟୁଜିୟମ। କଳା ଯାଦୁ ଏବଂ ଗୁଣିଗାରେଡି ମ୍ୟୁଜିୟମ। ଏଠାରେ ମାନବ କଙ୍କାଳ ସହିତ ଖପୁରୀ, ଗୁଣି ଗାରେଡି କରୁଥିବା ସରଞ୍ଜାମ ଦେଖିବାକୁ ମିଳିଥାଏ। ଏହି ଗାଁରୁ ହିଁ ପ୍ରଥମେ କଳାଯାଦୁ ଏବଂ ଗୁଣିଗାରେଡି ଉତ୍ପତ୍ତି ହୋଇଥିଲା। ଏଠିକାର ଲୋକଙ୍କ ପାଖରେ ଅଦୃଶ୍ୟ ହେବାର ଶକ୍ତି ରହିଛି। ଏହି କାରଣ ଯୋଗୁଁ ଏଠାରେ ଏପରି ବିଚିତ୍ର ମ୍ୟୁଜିୟମ ତିଆରି କରାଯାଇଛି।

musum 1

ବେଙ୍ଗାଲୁରୁରେ ଏପରି ଏକ ମ୍ୟୁଜିୟମ ରହିଛି, ଯାହାର ନାମ ବ୍ରେନ ମ୍ୟୁଜିୟମ। ଏଠାରେ ୩୦୦ରୁ ଅଧିକ ମଣିଷକ ମସ୍ତିଷ୍କକୁ ସୁରକ୍ଷିତ ଭାବେ ରଖାଯାଇଛି। ଏଗୁଡିକ –୮୬ ଡିଗ୍ରୀ ସେଲସିୟସରେ ରଖାଯାଇଛି। ଏହି ମ୍ୟୁଜିୟମ ତାନ୍ତ୍ରିକ ବିଜ୍ଞାନ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.