Below header

ସାରା ଅଲ୍ଲୀ ଖାନ୍‌ ପିନ୍ଧିଥିବା ଶସ୍ତା ଦାମ୍‌ର ଏହି ବିକିନୀକୁ ନେଇ ହେଉଛି ଚର୍ଚ୍ଚା, ମାଲଦ୍ୱୀପ ଛୁଟିରେ ଯାଇଥିବା ବେଳେ ଶେୟାର କରିଥିଲେ ଫଟୋ

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିକଟରେ ମାଳଦ୍ୱୀପର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକି ସବୁଥର ଭଳି ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେବେ ଏହି ଫଟୋରେ ସାରା ଏକ ସୁନ୍ଦର ମୋନୋକନୀ କ୍ୟାରୀ କରିଛନ୍ତି, ଯାହା ଷ୍ଟାର୍‌ ଆଉଟ୍‌ଫିଟ ଭଳି ମହଙ୍ଗା ନୁହେଁ। ଏହାର ଦାମ୍‌ ମାତ୍ର ସାଢ଼େ ୪ ହଜାର ଟଙ୍କା।

sara3
photo credit: AtZ News

ସାରା ଛୁଟି ମନାଇବାକୁ ମା’ ଅମ୍ରିତା ଓ ଭାଇ ଇବ୍ରାହିମ୍‌ଙ୍କ ସହିତ ମାଳଦ୍ୱୀପ ଯାଇଥିଲେ। ଛୁଟିରେ ଅନେକ ଫଟୋ ସେ ଫ୍ୟାନ୍‌ମାନଙ୍କୁ ଶେୟାର କରିଥିଲେ। ଏଥିରେ ସେ ପିନ୍ଧିଥିବା ଲାଇଟ୍‌ ବ୍ଲ୍ୟୁ ରଙ୍ଗର ମୋନୋକନୀକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଚର୍ଚ୍ଚାର କାରଣ କେବଳ ଏହାର ଦାମ୍‌। ସାରା ନିଜ ଆଉଟ୍‌ଫିଟକୁ ମ୍ୟାଚ୍‌ କରି ଶେଡ୍‌ସ ମଧ୍ୟ ବ୍ୟବହାର କରିଛନ୍ତି। ତେବେ ସେ ପିନ୍ଧିଥିବା ଏହି ବିକିନୀର ଦାମ୍‌ ଅନ୍‌ଲାଇନ ଶପିଂ ସାଇଟ୍‌ରେ ୪୨୦୦ରୁ ୪୫୦୦ ଭିତରେ ରହିଛି, ଯାହାକି ଏକ ନର୍ମାଲ ପ୍ରାଇଜ୍‌। ଫ୍ୟାନ୍‌ମାନେ ଏହା ଉପରେ ବିଭିନ୍ନ କମେଣ୍ଟସ୍‌ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.