Below header

ଆର୍ମି ଅଫିସରଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଏଠାରେ ଦେଖନ୍ତୁ ଖାସ୍‌ ଫଟୋ

ଅଭିନେତ୍ରୀ ନୀତି ଟେଲର ବର୍ତ୍ତମାନ ନିଜ ବାହାଘର ପ୍ରସ୍ତୁତିରେ ଜୋର୍‌ସୋରରେ ଲାଗିପଡ଼ିଛନ୍ତି। ସେ ଖୁବ୍‌ଶୀଘ୍ର ତାଙ୍କ ଭାବି ସ୍ୱାମୀ ପରିକ୍ଷିତ ବାଓ୍ଵାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନୀତିଙ୍କ ମଙ୍ଗେତର ଜଣେ ଭାରତୀୟ ଆର୍ମି ଅଫିସର। ଲାଟେଷ୍ଟ ରିପୋର୍ଟ ଅନୁସାରେ, ‘କୈସି ୟେ ୟାରିଆଁ’ର ଏହି ଅଭିନେତ୍ରୀ ୨୦୨୦ ଫେବୃୟାରୀ ୨୦ରେ ବିବାହ କରିବାକୁ ଯାଉଛନ୍ତି।

 

View this post on Instagram

 

#PARTITAYLES To love laughter and happily ever after❤️ 📸 – @theglamweddingofficial

A post shared by Nititay (@nititaylor) on

ଏହାସହ ପଢ଼ନ୍ତୁ: ଲତା ମଙ୍ଗେସକରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଶିଶୁଟିର ଭିଡିଓ

ତେବେ ବାହାଘର ଭେନ୍ୟୁ ଏବଂ ବାକି ଡିଟେଲ୍ସ ବର୍ତ୍ତମାନ ସାମ୍ନାକୁ ଆସିନାହିଁ। କିନ୍ତୁ ତାଙ୍କ ବିବାହ ଖବର କୋ-ଷ୍ଟାର୍‌ କୃଷ୍ଣ ବରେଟ୍ଟୋ ମିଡିଆ ଆଗରେ କନ୍‌ଫର୍ମ କରିଛନ୍ତି। ନୀତି ଚଳିତବର୍ଷ ଆରମ୍ଭରେ ନିଜ ନିର୍ବନ୍ଧ ବିଷୟରେ ଘୋଷଣା କରିଥିଲେ। ସେବେଠାରୁ ଫ୍ୟାନ୍ସ ଏହି ଜବରଦସ୍ତ ଯୋଡ଼ିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ନିକଟରେ ନୀତି ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କ ସହ ନିଜର କିଛି ଲାଟେଷ୍ଟ ହଟ୍‌ ଫଟୋ ଶେୟାର କରିଥିଲେ, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିିଛି।

ଏହାସହ ପଢ଼ନ୍ତୁ: ହାଡଭଙ୍ଗା ଜାଡରେ ବି କାମ ଜାରି ରଖିଛନ୍ତି ବିଗ ବି ଅମିତାଭ ବଚ୍ଚନ

ଶୁଣିବାକୁ ମିଳୁଛି, ନୀତି ଏବଂ ପରିକ୍ଷିତ ଦୁହେଁ ପିଲାବେଳର ସାଙ୍ଗ। ଅନେକ ଦିନ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ଏ ନେଇ ନୀତି ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଯେତେବେଳେ ମୁଁ ତାଙ୍କୁ ଭଲ ଭାବେ ଜାଣିଲି, ସେତେବେଳେ ଅନୁଭବ ହେଲା ସେ ବହୁତ ଭଲ ମଣିଷ। ମୁଁ ତାଙ୍କୁ ଦିଲ୍ଲୀରେ ଭେଟିଥିଲି। ମୋ ମା’, ବାପା ମଧ୍ୟ ତାଙ୍କୁ ଭେଟିଥିଲେ। ଆଉ ସେମାନେ ତାଙ୍କୁ ଖୁବ୍‌ ପସନ୍ଦ କରିଥିଲେ। ଆମେ ଉଭୟ ଉଭୟଙ୍କ କମ୍ଫୋର୍ଟକୁ ବହୁତ ଭଲ ଭାବେ ବୁଝିପାରିଥାଉ’।

 

View this post on Instagram

 

What I do when I take selfieee😋 #lightfilter #b612 #staybeautiful

A post shared by Nititay (@nititaylor) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.