କେବଳ ରାମ ନୁହେଁ ପ୍ରୋସେସର ବି ସ୍ଥିର କରିଥାଏ ଆପଣଙ୍କ ସ୍ମାର୍ଟଫୋନର ସ୍ମାର୍ଟନେସ

ଦର୍ଶକବଂଧୁ ଆମ ଶରୀରରେ ଯେପରି ସବୁକାମ ମସ୍ତିସ୍କ ସମ୍ଭାଳିଥାଏ ଠିକ ସେହିପରି ମୋବାଇଲର ସମସ୍ତ କାମ ପ୍ରୋସେସର ସମ୍ଭାଳିଥାଏ । କେବଳ ରାମ ଉପରେ ଭରସା କରି ଆପଣ ନିଜ ଫୋନକୁ ସବୁବେଳେ ଠିକ ରଖିପାରିବେ ନାହିଁ ସେଥିପାଇଁ ରାମ ସହିତ ଆପଣଙ୍କ ଫୋନର ପ୍ରୋସେସର ମଧ୍ୟ ଦମଦାର ହେବା ଆବଶ୍ୟକ । ତେଣୁ ଆପଣଙ୍କୁ ଏହା ଜାଣିବା ନିହାତି ଜରୁରୀ ଯେ ଆପଣଙ୍କ ଫୋନରେ କେଉଁ ପ୍ରୋସେସର ରହିଛି ।

ଏକସିନସ

ଏକସିନସ ଏହି ପ୍ରୋସେସରକୁ ସାମସଙ୍ଗ ପ୍ରସ୍ତୁତ କରିଥାଏ । ଏହାକୁ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ପାଇଁ ସବୁଠାରୁ ଭଲ ପ୍ରୋସେସର କୁହାଯାଇଥାଏ । ଏହା ଆପଣଙ୍କୁ quad core ଏବଂ octa core ଦୁଇଟି ଯାକ ଭ୍ୟାରିଏଣ୍ଟରେ ମିଳିଯାଇଥାଏ ।

ସ୍ନାପଡ୍ରାଗନ

Snapdragon Processor

ସ୍ନାପଡ୍ରାଗନ ଚିପସେଟକୁ ଆମେରିକାର Qualcomm କମ୍ପାନୀ ପ୍ରସ୍ତୁତ କରିଥାଏ । ଏହାର 800 ସିରିଜର ପ୍ରୋସେସର ସବୁଠାରୁ ଭଲ ଅଟେ । ମଲ୍ଟିଟାସ୍କିଂଗ, ଗେମିଙ୍ଗ କିମ୍ବା ଅଡିଓ ଭିଡିଓ ସର୍ଫିଙ୍ଗରେ ଏହି ପ୍ରୋସେସର ବହୁତ ଭଲ କାମ କରିଥାଏ ।

ଏହାସହ ପଢନ୍ତୁ ଏବେ ମୋବାଇଲ ଆପ କହିବ କେଉଁଠି ଅଛି ଏଟିଏମ ଏବଂ କେଉଁ ଏଟିଏମରେ ଅଛି ପଇସା, ଏପରି କରନ୍ତୁ ବ୍ୟବହାର

ମିଡ଼ିଆଟେକ

ତାଇୱାନର ଏହି କମ୍ପାନୀ ଆଜିର ସମୟରେ ସବୁଠାରୁ ଶସ୍ତା ପ୍ରୋସେସର ବନାଇଥାଏ । ଏହି ପ୍ରୋସେସରର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏହା ବହୁତ ପାୱାର ବ୍ୟବହାର କରିଥାଏ ଯାହାଦ୍ୱାରା ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଇଥାଏ । ଏପରି ଅନେକ ଡିଭାଇସ ରହିଛି ଯେଉଁଥିରେ ହିଟ୍ ର ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।

ହାଇସିଲିକନ କିରିନ

ଏହା ଚୀନର Huawei କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏମାନଙ୍କର ଲାଟେଷ୍ଟ ମଡେଲରେ ମାଲି ଜିପିୟୁ ଦେଖିବାକୁ ମିଳିବ । ଏଥିରେ ଏଆରଏମ ସିପିୟୁ କୋର ଏବଂ ଅପଗ୍ରେଡ ନେଟୱାର୍କ ଟେକନିକର ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଏଥିରେ 16 ନାନୋମିଟର ଟେକ୍ନୋଲୋଜୀର ବ୍ୟବହାର କରି ପ୍ରୋସେସର ବନାଯାଇଥାଏ । ଏହି ପ୍ରୋସେସରରେ ବ୍ୟାଟେରୀ ଲାଇଫ ଭଲ ରହିବା ସହିତ ଫୋନ ହିଟ ମଧ୍ୟ ହୋଇନଥାଏ ।

Leave A Reply

Your email address will not be published.