ପାରାସିଟାମୋଲ ଖାଉଥିବା ଗର୍ଭବତୀ ମହିଳାଙ୍କ ଶିଶୁକୁ ହୋଇପାରେ ଏହି ଗମ୍ଭୀର ରୋଗ

ଗର୍ଭାବସ୍ଥାରେ ମହିଳାଙ୍କୁ ସବୁ ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଖାସ୍‌ କରି ଖାଇବାପିଇବା ଉପରେ ବିଶେଷ ନଜର ଦେବାକୁ ହୋଇଥାଏ। ଏହି ଅବସ୍ଥାରେ କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ମତାମତ ନେବାକୁ କୁହାଯାଏ। ତେବେ ଗର୍ଭବତୀ ମହିଳା ଯଦି କୌଣସି କାରଣବଶତଃ ପାରାସିଟାମୋଲ ଖାଇବାକୁ ଯାଉଛନ୍ତି, ତେବେ କମ୍‌ ସେ କମ୍‌ ଦୁଇଥର ଚିନ୍ତା କରନ୍ତୁ। ଏହାର ପ୍ରଭାବ ଶିଶୁ ଉପରେ ପଡ଼ିପାରେ।

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଗର୍ଭାବସ୍ଥାରେ acetaminophen ଅର୍ଥାତ୍‌ ପାରାସିଟାମୋଲ ଖାଉଥିଲେ ଏହାର ସିଧାସଳଖ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଶିଶୁକୁ ଆଟେନ୍ସନ୍‌ ଡେଫିସିଏଟ୍‌ ବା ହାଇପରଆକ୍ଟିଭିଟି ଡିସ୍‌ଅର୍ଡର (ADHD) ଏବଂ ଅଟିଜିମ୍‌ ସ୍ପେକ୍ଟ୍ରମ୍‌ ଡିସ୍‌ଅର୍ଡର (ASD) ହେବା ଆଶଙ୍କା ବଢ଼ିଯାଏ। କେବଳ ଭାରତ ନୁହେଁ, ବିଦେଶର ଡାକ୍ତରମାନେ ମଧ୍ୟ ଗର୍ଭବତୀଙ୍କୁ Acetaminophen ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି।

ଏହାସହ ପଢ଼ନ୍ତୁ: ସାଧାରଣ ପୋଷାକ ଭଳି ନ ଧୋଇ ଏହି ଶୈଳୀରେ ଅନ୍ତଃବସ୍ତ୍ରକୁ ଧୁଅନ୍ତୁ, ନଚେତ୍‌ ହୋଇପାରେ ଇନ୍‌ଫେକ୍ସନ୍‌

ଏହି ରିସର୍ଚ୍ଚ ୯୯୬ ଟି ଶିଶୁ ଓ ସେମାନଙ୍କ ମା’ଙ୍କ ଉପରେ କରାଯାଇଥିଲା। ରିସର୍ଚ୍ଚରୁ ଜଣାଯାଇଛି ଯେ ଅସିଟାମିନୋଫେନ୍‌ରେ ଥିବା ପ୍ଲାସେଣ୍ଟା ଗର୍ଭସ୍ଥ ଶିଶୁର ଶରୀରକୁ ଚାଲିଯାଇଥାଏ। ଏହାକୁ ଚାହିଁଲେ ମଧ୍ୟ ରୋକିହୁଏ ନାହିଁ। ୧୦ ବର୍ଷ ପର୍ଯ୍ୟନ୍ତ ହେବା ବେଳକୁ ୨୫୭ ଜଣ ଶିଶୁଙ୍କ ଠାରେ ଆଟେନ୍ସନ୍‌ ଡେଫିସିଟ୍‌/ ହାଇପରଆକ୍ଟିଭିଟି ଡିସଅର୍ଡର, ୬୬ ଜଣଙ୍କୁ ଅଟିଜିମ୍‌ ସ୍ପେକ୍ଟ୍ରମ୍‌ ଡିସ୍‌ଅର୍ଡର ଦେଖାଦେଇଥିଲା। ସେହିପରି ୪୨ ଜଣ ଶିଶୁ ଉଭୟ ରୋଗ ସହ ଜନ୍ମ ହୋଇଥିଲେ। ୩୦୪ ଜଣଙ୍କଠାରେ ବିକାଶ ସମ୍ବନ୍ଧୀୟ କେତେକ ଡିସ୍‌ଅର୍ଡର ଦେଖାଦେଇଥିଲା। ଅନ୍ୟ ୩୨୭ ଜଣଙ୍କୁ କୌଣସି ରୋଗ ହୋଇନଥିଲା। ତେବେ ଗର୍ଭାବସ୍ଥାରେ ଯଦି ପାରୁଛନ୍ତି ଆଦୌ ପାରାସିଟାମୋଲ୍‌ ଖାଆନ୍ତୁ ନାହିଁ କିମ୍ବା କମ୍‌ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.