କାଳିଆ ଯୋଜନା ଓ ପିଏମ କିଷାନର ହୋଇପାରେ ମିଶ୍ରଣ, ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା

କେନ୍ୟୁଜ୍(ବ୍ୟୁରୋ):କାଳିଆ ଯୋଜନା ଓ ପିଏମ କିଷାନର ହୋଇପାରେ ମିଶ୍ରଣ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ବିଧିବଦ୍ଧ ନିଷ୍ପତ୍ତି ଘୋଷଣାକୁ ଅପେକ୍ଷା । ୨୦୧୮ ଡିସେମ୍ବର ୨୧ତାରିଖରେ ରାଜ୍ୟର କୃଷକଙ୍କ ଉନ୍ନତି ପାଇଁ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ଗରିବ, ଭୂମିହୀନ ଓ ଭାଗଚାଷୀ ଉପକୃତ ହେଉଛନ୍ତି । ଏହି ଯୋଜନା ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏ ଜମା କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୧୯ ଫେବୃଆରି ୧ତାରିଖରେ ପିଏମ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ। ସେମାନଙ୍କୁ ବର୍ଷକୁ ୬ହଜାର ଟଙ୍କା ସର୍ବନିମ୍ନ ଆୟ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.