ବିକ୍ରାନ୍ତ ମାସେ ସେୟାର କଲେ ତାଙ୍କ ପୁଅର ପ୍ରଥମ ଝଲକ୍, ଭାଇରଲ ହେଉଛି ପୋଷ୍ଟ୍
ଫିଲ୍ମ ‘12th ଫେଲ୍’ ଅଭିନେତା ତାଙ୍କ ରାଜକୁମାରଙ୍କ ପ୍ରଥମ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି । ଫଟୋରେ ଏହା ଦେଖିବାକୁ ମିଳେ ଯେ ଶିତଲ ତାଙ୍କ ପୁଅଙ୍କୁ ନିଜ କୋଳରେ ଧରିଛନ୍ତି ଏବଂ ଉଭୟ ପିତାମାତା ତାଙ୍କୁ ଅନାଇଛନ୍ତି ।
ଫିଲ୍ମ ‘12th ଫେଲ୍’ ଅଭିନେତା ବିକ୍ରାନ୍ତ ମାସେ ବର୍ତ୍ତମାନ ତାଙ୍କ ଲାଇଫ୍ର ବେଷ୍ଟ ପାଟ ଏଞ୍ଜଏ କରୁଛନ୍ତି । ଫେବୃଆରୀ ୭ ରେ, ସେ ଏବଂ ତାଙ୍କ ପତ୍ନୀ ଶୀତଲ ଠାକୁର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ଏବେ ଅଭିନେତା ନିଜ ପୁଅର ପ୍ରଥମ ଝଲକ୍ ଦୁନିଆକୁ ଦେଖାଇଛନ୍ତି । ଏହା ସହ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି ।
ଫିଲ୍ମ ‘12th ଫେଲ୍’ ଅଭିନେତା ତାଙ୍କ ରାଜକୁମାରଙ୍କ ପ୍ରଥମ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି । ଫଟୋରେ ଏହା ଦେଖିବାକୁ ମିଳେ ଯେ ଶିତଲ ତାଙ୍କ ପୁଅଙ୍କୁ ନିଜ କୋଳରେ ଧରିଛନ୍ତି ଏବଂ ଉଭୟ ପିତାମାତା ତାଙ୍କୁ ଅନାଇଛନ୍ତି ।
ଏହାକୁ ସେୟାରବେଳେ ଅଭିନେତା କ୍ୟାପସନରେ ଲେଖିଛନ୍ତି ଯେ ଏହା ଆଶୀର୍ବାଦଠାରୁ କମ୍ ନୁହେଁ .. ଆମେ ଆମ ପୁଅର ନାମକରଣ କରିଛୁ .. ‘ଅଭିନେତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ଏହା ବ୍ୟତୀତ ଲୋକମାନେ ତାଙ୍କ ପୁଅକୁ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଯଦିଓ ସେମାନେ ଫଟୋରେ ନିଜ ପୁଅର ମୁହଁ ଲୁଚାଇ ରଖିଛନ୍ତି, ତଥାପି ପୁଅର ଜନ୍ମ ହେବାର ଖୁସି ଉଭୟଙ୍କ ମୁହଁରେ ସ୍ପଷ୍ଟ ଦଖିବାକୁ ମିଳିଛି ।
ନିକଟରେ ଏହି ଅଭିନେତା ସୋ ‘ଅନଫିଲ୍ଟରଡ୍ ବାଏ ସମଦିଶ’ରେ ନଜର ଆସିଥିଲେ, ଯେଉଁଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ଜିନିଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ଛୋଟ ପରଦା ଛାଡି ବଡ ପରଦାକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ତାଙ୍କର ପ୍ରତି ମାସରେ ୩୫ ଲକ୍ଷ ଟଙ୍କାର କଣ୍ଟ୍ରାକ୍ଟ ହୋଇଥିଲା । କିନ୍ତୁ ସେ ଏହି ଅଫରକୁ ନେଇନଥିଲେ । ଏହା ସହ ଟିଭି ଇଣ୍ଡଷ୍ଟ୍ରୀରେ କାମ କରି ସେ ସନ୍ତୁଷ୍ଟ ନୁହଁନ୍ତି ବୋଲି ଅଭିନେତା କହିଛନ୍ତି । ଏହି କାରଣରୁ ସେ ବଲିଉଡକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ ।
View this post on Instagram