ଦୁଇ ଗୋଡ଼ ଅଚଳ, ହୁଇଲ୍ ଚେୟାରରେ ବସି ହାସଲ କଲେ ବିଶ୍ୱ ରେକର୍ଡ

ନିଜର ଇଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ଲକ୍ଷ୍ୟର ଶୀଷର୍ଷ ସ୍ଥଳରେ ପହଁଚି ହୁଏ । ଯାହାର ଏକ ଜ୍ଵଳନ୍ତ ଉଦାହରଣ ପୁରୀ ଜିଲ୍ଲା ବ୍ରହ୍ମଗିରି ନିଆଜପୁରର କମଳାକାନ୍ତ ନାୟକ ।

ପୁରୀ(କେନ୍ୟୁଜ) : ପରିଶ୍ରମର ଫଳ ସଫଳତା । ଜଣେ ଯେକୌଣସୀ କାମକୁ ମନ ପ୍ରାଣ ଦେଇ କରିଥାଏ ସେହି କାର୍ଯ୍ୟରେ ସେ ସଫଳତା ପାଇବାଟା ନିଶ୍ଚିତ। ତେବେ ପ୍ରତିଭାକୁ କେହିବି କେବେ ରୋକିପାରନ୍ତି ନାହିଁ । ଏହାକୁ କୌଣସି ବି ପରିସ୍ଥିତିରେ ବାନ୍ଧି ରଖାଯାଇପାରିବନାହିଁ । ନିଜର ଇଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ଲକ୍ଷ୍ୟର ଶୀଷର୍ଷ ସ୍ଥଳରେ ପହଁଚି ହୁଏ । ଯାହାର ଏକ ଜ୍ଵଳନ୍ତ ଉଦାହରଣ ପୁରୀ ଜିଲ୍ଲା ବ୍ରହ୍ମଗିରି ନିଆଜପୁରର କମଳାକାନ୍ତ ନାୟକ ।

ମାତ୍ର ଦୁଇ ବର୍ଷ ବୟସରେ ନିଜ ଦୁଇ ଗୋଡ଼ ଅଚଳ ହୋଇଯିବା ପରେ ଦିନେ ଜୀବନ ହାରିବା ପାଇଁ ମନ ବଳାଇଥିବା କମଳାକାନ୍ତ ଆଜି ସଫଳତାର ଶିଖରରେ। ବିନା କୌଣସି ଔଷଧ ସେ ଡଃ ଚିତ୍ତରଞ୍ଜନ ମିଶ୍ରଙ୍କ ପରାମର୍ଶ କ୍ରମେ କେବଳ ଫିଜିଓଥେରାପି ଚିକିତ୍ସା ଦ୍ୱାରା ଆଜି ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଫିଜିଓଥେରାପି ସହ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ସେ ହୁଇଲ୍ ଚେୟାର ଯୋଗେ ୨୧୩.୭ କି.ମି ମାତ୍ର ୨୩ ଘଣ୍ଟାରେ ଅତିକ୍ରମ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ।

୨୦୧୬ରେ ସେ ଭୁବନେଶ୍ଵରରେ ହୁଇଲ ଚେୟାର ମାରାଥନରେ ପ୍ରଥମେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୨୧ କି.ମି ହାପ ମାରାଥନ ୨୩ ଥର ,୪୨ କି.ମି ଫୁଲ ମାରାଥନ ୧୬ ଥର ସମ୍ପୂର୍ଣ କରିବା ସହ ଓଡ଼ିଶା ହୁଇଲ ଚେୟାର ବାସ୍କେଟ ବଲ ଟିମ୍ ର ଅଧିନାୟକ ଅଛନ୍ତି । ଏଥିସହ ସେ ସର୍ବଭାରତୀୟ ସ୍ତରରେ ସନ୍ତରଣ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି ।

ନିଜ ବଡ ଭଉଣୀଙ୍କ ତ୍ୟାଗ ପାଇଁ ଆଜି ଏହା ସମ୍ଭବ ହୋଇପାରିଥିବା କମଳାକାନ୍ତ କହିଛନ୍ତି । ତାଙ୍କର ଲକ୍ଷ୍ୟ ଏବେ ଅଲମ୍ପିକ । ଏଥିପାଇଁ ସେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ କଠିନ ଅଭ୍ୟାସ କରୁଛନ୍ତି । ଆଜି ପୁରୀ ପୌର ସଦନରେ ଅନୁଷ୍ଠିତ ଅଲ୍ ଓଡ଼ିଶା ଫିଜିଓଥେରାପି ସର୍ଭିସ୍ ଆସୋସିଏସନ୍ ସମ୍ମିଳନୀରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେ ନିଜ ଅଭିଜ୍ଞତା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଥିଲେ ।

ଦୁଇଟି ଯାକ ଗୋଡ ଅଚଳ, ଦୁଇ ହାତରେ ସାରା ଶରୀର ବଳକୁ ଏକାଠି କରି ଲଢି ଚାଲିଛନ୍ତି ସବୁ ବାଜି । ତଥାପି ଉଚ୍ଚ କୋଟୀର ଲକ୍ଷ୍ୟ । ନିଜ ପରିଶ୍ରମ ଉପରେ ତାଙ୍କର ଅଗାଢ ବିଶ୍ୱାସ । ନିଶ୍ଚିତ ଦିନେ ପୂରଣ କରିବେ ସେ ଦେଖିଥିବା ସବୁ ସ୍ୱପ୍ନ ।

 

You might also like