Below header

ଅମିତାଭ ବଚ୍ଚନଙ୍କ ’କମ୍ପ୍ୟୁଟର ଜୀ’ ଉପରୁ ଉଠିଲା ପରଦା : ଜାଣନ୍ତୁ କିଏ ଥାଏ ସ୍କ୍ରିନରେ

ରିୟଲିଟି ସୋ କୌନ୍ ବନେଗା କରୋଡପତିକୁ ଯଦି ଭାରତୀୟ ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ରିୟଲିଟି ସୋ କହିବା କୌଣସି ଭୁଲ୍ ହେବ ନାହିଁ । ଲୋକଙ୍କ ଜୀବନକୁ ମୁହୂର୍ତ୍ତରେ ବଦଳିଦେଉଥିବା ଏହି ସୋର ପ୍ରଶଂସକ ସବୁ ସ୍ଥାନରେ ଅଛନ୍ତି । ନିଜ ଭଏସ୍ ଏବଂ ଅନ୍ଦାଜରେ ସୋକୁ ହିଟ୍ କରିଛନ୍ତି ବିଗ୍ ବି ଅମିତାଭ୍ ବଚ୍ଚନ । କେବିସିକୁ ନେଇ ଅନେକ ଆଗ୍ରହ ଏବଂ ଉତ୍ସକୁକତା ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳେ । ଖାସ୍ କରି ଆମିତାଭଙ୍କର କମ୍ପ୍ୟୁଟର ଜୀଙ୍କୁ ନେଇ । ପ୍ରତିଯୋଗୀଙ୍କଠାରୁ ସାଧାରଣ ଦର୍ଶକ ସମସ୍ତେ ଜାଣିବାକୁ ଚାହିଁଥାନ୍ତି ବିଗ୍ ବିଙ୍କ କମ୍ପ୍ୟୁଟରରେ ଏମିତି କଣ ଅଲଗା ରହିଛି ।

ଏବେ ଏହି ରହସ୍ୟରୁ ଉଠିଛି ପରଦା । ଅମିତାଭଙ୍କ କମ୍ପ୍ୟୁଟର ଏବଂ ପ୍ରତିଯୋଗୀ କମ୍ପ୍ୟୁଟର ମଧ୍ୟରେ ତଫାତ୍ ଥାଏ । ଅମିତାଭଙ୍କ କମ୍ପ୍ୟୁଟର ରେସପନସିଭ୍ ହୋଇଥାଏ । ଯାହା ଜରିଆରେ ସେ କିଛି ବି ପରିବର୍ତ୍ତନ କରିପାରିବେ । କିନ୍ତୁ ପ୍ରତିଯୋଗୀଙ୍କ କମ୍ପ୍ୟୁଟର ରେସପନିସିଭ୍ ହୋଇନଥାଏ । ଅମିତାଭଙ୍କର କମ୍ପ୍ୟୁଟର ଜୀରେ ପ୍ରଶ୍ନ, ତାର ବିକଳ୍ପ ଏବଂ ଲାଇଫ୍ ଲାଇନ୍ ସହ ପ୍ରତିଯୋଗୀ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଖାଯାଏ । ଏହା ବ୍ୟତୀତ ଯଦି ଅମିତାଭ୍ ପ୍ରତିଯୋଗୀଙ୍କ ଘର ଏବଂ ଗାଁ ବିଷୟରେ କିଛି ଜାଣିବାକୁ ଚାହିଁବେ ତାହା ମଧ୍ୟ ଦେଖିପାରିବେ । ତେବେ ଏହାର ସମ୍ପୁର୍ଣ୍ଣ ବିବରଣୀ କମ୍ପ୍ୟୁଟରରେ ଦେଖାଗଲେ ମଧ୍ୟ ଟି.ଭିରେ ଦେଖାଯାଏ ନାହିଁ ।

ଅନେକ ଲୋକଙ୍କୁ ଲାଗିଥାଏ ଅମିତାଭଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ପୂର୍ବରୁ ଜଣାଥାଏ । କିନ୍ତୁ ଏମିତି ହୋଇନଥାଏ । ବିଗ୍ ବିଙ୍କ ସଠିକ୍ ଉତ୍ତର ଲକ୍ କରିବା ପରେ ଜଣାପଡିଥାଏ । ଯଦିଓ ଅମିତାଭ୍ ନିଜ କମ୍ପ୍ୟୁଟର ଚଳାଇଥାନ୍ତି ସୋରେ ଥିବା ଉଭୟ କମ୍ପ୍ୟୁଟର୍ ବ୍ଲକ୍ ଜୋନରୁ ଅପରେଟ୍ ହୋଇଥାଏ । ବ୍ଲକ୍ ଜୋନରୁ ହିଁ ପ୍ରଶ୍ନ, ଉତ୍ତର ଏବଂ ପରବର୍ତ୍ତୀ ପ୍ରଶ୍ନ ଭଳି କାମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.