ଏହି ଦିନ ଖୋଲିଥାଏ ନର୍କର ଦ୍ବାର, ପ୍ରତିଶୋଧ ନେବା ପାଇଁ ପୃଥିବୀକୁ ଫେରିଥାନ୍ତି ଆତ୍ମା

ଚାଇନାରେ ପ୍ରଚଳିତ ବୌଦ୍ଧ କିମ୍ବା ଟୋଇଷ୍ଟ ଧର୍ମରେ ପ୍ରଚଳିତ “ଦ ଘୋଷ୍ଟ ପେଷ୍ଟିଭାଲ” କୁ “ହଙ୍ଗେରୀ ଫେଷ୍ଟିଭାଲ” ଭାବେ ମଧ୍ୟ ଜଣାଯାଏ। ଏହି ଫେଷ୍ଟିଭାଲ ୧୫ତମ ଶତାବ୍ଦୀରୁ ରାତି ସମୟରେ ଚାଇନାରେ ପାଳନ କରାଯାଉଛି। ମାନ୍ଯତା ଅନୁଯାୟୀ, ଏହି ଦିନ ନରକର କବାଟ ଖୋଲିଥାଏ ଏବଂ ଭୋଜନ କରିବା ପାଇଁ ତଥା ନିଜ ଆତ୍ମାକୁ ସନ୍ତୁଷ୍ଟ କରିବାପାଇଁ ପୃଥିବୀକୁ ଫେରିଥାନ୍ତି ଆତ୍ମା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଦିନ ଆତ୍ମ ଗୁଡ଼ିକ ପୃଥିବୀକୁ ଆସି ତାଙ୍କ ସହ ଖରାପ କରିଥିବା ଲୋକଙ୍କ ଠାରୁ ପ୍ରତିଶୋଧ ନେଇଥାନ୍ତି। ଏହି ଫେଷ୍ଟିଭାଲର ମୂଳ ଲକ୍ଷ୍ଯ ହେଉଛି ଆତ୍ମ ଗୁଡ଼ିକୁ ଶାନ୍ତ କରିବ। ଲୋକଙ୍କ କହିବା ଅନୁଯାୟୀ ଏହି ଆତ୍ମା ମାନଙ୍କର ସ୍ବର୍ଗକୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ ନର୍କରେ ଭୋକ ଉପାସରେ ରଖାଯାଇଥାଏ। ବୌଦ୍ଧ କିମ୍ବା ଟୋଇଷ୍ଟ ଧର୍ମରେ ଏହି ଆତ୍ମ ଗୁଡ଼ିକ ଭଲ ଆତ୍ମରେ ଗଣା ଯାଇନଥାଏ। ଏହି ଆତ୍ମ ଗୁଡ଼ିକ ଖାସ କରି ରାତି ସମୟରେ ସକ୍ରିୟ ହୋଇଥାନ୍ତି ଏଣୁ ଫେଷ୍ଟିଭାଲ ମଧ୍ୟ ରାତି ସମୟରେ ପାଳନ କରାଯାଇଥାଏ।
ସୂଚନା ଅନୁଯାୟୀ, ଆତ୍ମଗୁଡ଼ିକ ଏଠାରେ କୀଟ-ପତଙ୍ଗ , ପଶୁ-ପକ୍ଷୀ ତଥା ସୁନ୍ଦର ପୁରୁଷ ଏବଂ ମହିଳାଙ୍କ ରୂପରେ ମଧ୍ୟ ଆସିଥାନ୍ତି। ଏହି ସମୟରେ ସେମାନେ ଯାହାର ଶରୀରରେ ମଧ୍ୟ ପଶି ତାହାକୁ କ୍ଷତି ପହଞ୍ଚାଇଥାନ୍ତି।
ଚାଇନାରେ ଏହି ଫେଷ୍ଟିଭାଲ ଶ୍ବାଙ୍ଗ ରାଜାଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ସେ ତାଙ୍କ ପୂର୍ବଜ ମାନଙ୍କୁ ଶାନ୍ତ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ। ଏହି ସମୟରେ ଭିନ୍ନ ଭିନ୍ନ ରଙ୍ଗବେରଙ୍ଗ ସଜ୍ଜବାଜ୍ଜ କରାଯାଇଥାଏ ଏବଂ ସହରର ସମସ୍ତ ଲୋକ ଏଥିରେ ଭାଗ ନେଇଥାନ୍ତି। ଏଥିରେ କାର୍ଯ୍ଯକ୍ରମରେ ପ୍ରଥମ ଧାଡ଼ିକୁ ଖାଲି ରଖାଯାଇଥାଏ କାରଣ ତାଙ୍କ ଅନୁଯାୟୀ ପୂର୍ବଜ ମାନେ ଏହି ସିଟରେ ବସିଥାନ୍ତି। ତେବେ ଏହି ଫେଷ୍ଟିଭାଲକୁ ଚାଇନା, ଜାପନ, ସିଙ୍ଗାପୁର, ଥାଇଲ୍ଯାଣ୍ଡ, ଶ୍ରୀଲଙ୍କା,ତାଇବାନ ଏବଂ ଇଣ୍ଡୋନେଶିୟା ଆଦିରେ ପାଳନ କରାଯାଉଛି।