Below header

ଦୁଇ ଦୁଇଟା ବାହା ହେଲ, ତା ପରେ ଏମିତି କାହିଁକି କରୁଛ? ୟୁଟ୍ୟୁବର ଅରମାନ ମଲ୍ଲିକଙ୍କୁ ଟ୍ରୋଲ୍‌ କଲେ ଲୋକେ

ହାଇଦ୍ରାବାଦର ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ତାଙ୍କର ନୂଆ ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଜୋରରେ ଟ୍ରୋଲ ହେଉଛନ୍ତି । ଜଣେ ଖ୍ୟାତନାମା ୟୁଟ୍ୟୁବର ଭାବେ ଅରମାନ ମଲ୍ଲିକଙ୍କୁ ସମସ୍ତେ ଜାଣନ୍ତି । ତାଙ୍କର ଦେଢ଼ ମିଲିୟନ ଫଲୋଅର ଅଛନ୍ତି । ତେବେ ଅରମାନ ତାଙ୍କ ଇନଷ୍ଟାଗ୍ରାମରେ ଏବେ ଯେଉଁ ଫଟୋ ଛାଡ଼ିଛନ୍ତି ସେଥିପାଇଁ ଫଲୋଅରମାନେ ତାଙ୍କୁ ପ୍ରବଳ ଟ୍ରୋଲ କରିଛନ୍ତି ।

ଅରମାନ ମଲ୍ଲିକ ଦୁଇଟି ବିବାହ କରିଛନ୍ତି । ତାଙ୍କର ଦୁଇ ପତ୍ନୀ ଏବେ ଗର୍ଭବତୀ ଅଛନ୍ତି ବୋଲି ଜଣାଇ ଫଟୋ ସହ ସେ ପୋଷ୍ଟ କରିଛନ୍ତି । ଦୁଇଟି ଭିନ୍ନ ଫଟୋକୁ ଯୋଡ଼ି ସେ ଏହାକୁ ପୋଷ୍ଟ କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି ‘ଇଏ ମୋ ପରିବାର’ । ଅରମାନଙ୍କ ଦୁଇ ପତ୍ନୀ ହେଉଛନ୍ତି ପାୟଲ ଏବଂ କୃତିକା । ସେମାନେ ସମାନ ପୋଷାକ ପିନ୍ଧିଛନ୍ତି । ଅରମାନ ସେମାନଙ୍କ ଗର୍ଭକୁ ଚୁମ୍ବନ ଦେଇ ଫଟୋ ଛାଡ଼ିଛନ୍ତି ।

ଏହି ଫଟୋକୁ ଦେଖି ଲୋକେ ଯାହା ଇଚ୍ଛା ତାହା ସମାଲୋଚନା କରିଛନ୍ତି । ଯେମିତିକି ତୁମେ ତିନି ଜଣ ଏକାସାଥୀରେ କେମିତି ରହୁଛ, ତୁମକୁ ଲାଜ ଲାଗୁନି କେମିତି । ଅରମାନ ପ୍ରଥମ ପତ୍ନୀ ଅପେକ୍ଷା ଦ୍ୱିତୀୟ ପତ୍ନୀଙ୍କୁ ଅଧିକ ପସନ୍ଦ କରୁଛନ୍ତି । ଏମିତି କେତେ କଣ ଲେଖିଛନ୍ତି । ସେପଟେ ଅରମାନଙ୍କ ଦୁଇ ପତ୍ନୀ ବେବିବମ୍ପକୁ ଦେଖାଇଛନ୍ତି ।

ଆର୍ମାନ ପ୍ରଥମେ ପାୟଲଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ତାଙ୍‌କର ଗୋଟିଏ ପୁଅ ଅଛି । ପରେ ସେ ନିଜ ଧର୍ମ ବଦଳାଇ ପାୟଲଙ୍କ ସାଙ୍ଗ କୃତିକାଙ୍କୁ ବାହା ହୋଇଛନ୍ତି । ଏହାପରେ ପୁଣିଥରେ ନିଜ ପ୍ରଥମ ପତ୍ନୀ ପାୟଲଙ୍କୁ ହିନ୍ଦୁ ରୀତିନୀତରେ ବାହା ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.