Below header

ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ମନରେ ଦ୍ୱନ୍ଦ୍ୱ ରହିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଅଳସୁଆ ଅନୁଭବ କରିବେ।

brushaବୃଷ : ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

mithunaମିଥୁନ : ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

karkataକର୍କଟ : ଆୟଠାରୁ ବ୍ୟୟ ଅଧିକ ହେବ। ଚାକିରି କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖା ଦେଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

singhaସିଂହ : ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

kanyaକନ୍ୟା : ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

tulaaତୁଳା : ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଗହଣା କିଣିପାରନ୍ତି।

bichhaବିଛା : ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

dhanuଧନୁ : ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଚାକିରିକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଖୁସି ଖବର ଶୁଣିପାରନ୍ତି।

makaraମକର : ମକଦ୍ଦମାରେ ବିଜୟୀ ହେବେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

kumbhaକୁମ୍ଭ : କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତି। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।

minaମୀନ : ଜୀବନସାଥିଙ୍କ ସହଯୋଗ ମିଳିବ। ଉତ୍ତମ ଭୋଜନ କରିବେ। ଉପହାର ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.