୨୧ଶହ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ : ରିପୋର୍ଟ

ଭୁବନେଶ୍ବର: ୨୧ଶହ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ । ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ ଗରମ ଯୋଗୁଁ ପ୍ରତିବର୍ଷ ଓଡ଼ିଶାରେ ୪୨ହଜାର ଲୋକ ମୃତ୍ୟୁ ମୁଖରେ ପଡିବେ । ଏଭଳି ରିପୋର୍ଟ ଦେଇଛି ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ଆଟ୍‌ ଚିକାଗୋ । ରିପୋର୍ଟ ଅନୁସାରେ ବର୍ତ୍ତମାନ ହାରରେ ଯଦି ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ ଜାରି ରହିବ, ତେବେ ଏହି ଶତାଦ୍ଦୀ ଶେଷ ସୁଦ୍ଧା ଓଡ଼ିିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ଗୁଣା ବୃଦ୍ଧି ହେବା ଅନୁମାନ କରାଯାଇଛି । ୨୦୧୦ରେ ବର୍ଷକୁ ଗରମ ଦିନ ସଂଖ୍ୟା ଥିଲା ୫.୧ । ୨୧ ଶହ ମସିହା ବେଳକୁ ଏଥିରେ ଅହେତୁକ ବୃଦ୍ଧି ଘଟିବ। ଗରମ ଦିନ ସଂଖ୍ୟା ୫.୧ରୁ ବଢ଼ି ୪୨ ଦଶମିକ ୮ ରେ ପହଞ୍ଚିବ।  ସେହିପରି ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ଥିଲା ୨୮.୮୭ ଡିଗ୍ରି ସେଲସିଅସ । ୨୧ଶହ ମସିହା ସୁଦ୍ଧା ଏହା ୩୨.୧୯ଡିଗ୍ରୀ ସେଲସିଅସ ହେବ । ସେହିପରି ଦେଶର ବାର୍ଷିକ ତାପମାତ୍ରା ୨୪ଡିଗ୍ରି ସେଲସିଅସରୁ ୨୮ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.