Below header

ଆଜିର ଭାଗ୍ୟଫଳ: ଆଜି ଏହି ରାଶିର ଲୋକଙ୍କୁ ଭାଗ୍ୟ ଦେବ ପୂରା ସାଥ୍‌; କାର୍ଯ୍ୟରେ ଆସୁଥିବା ବାଧା ହେବ ଦୂର

ଆଜି ସମସ୍ୟାର ଶୀଘ୍ର ମୁକାବିଲା କରିବାର କ୍ଷମତା ଆପଣଙ୍କୁ ଏକ ଖାସ୍‌ ପରିଚୟ ଦେବ। ଜୀବନସାଥୀଙ୍କର ହଠାତ୍ କିଛି କାମ ପଡ଼ିବା କାରଣରୁ ଆପଣଙ୍କ ଯୋଜନା ବିଗିଡ଼ିପାରେ।

ମେଷ: ଆଜି ସମସ୍ୟାର ଶୀଘ୍ର ମୁକାବିଲା କରିବାର କ୍ଷମତା ଆପଣଙ୍କୁ ଏକ ଖାସ୍‌ ପରିଚୟ ଦେବ। ଜୀବନସାଥୀଙ୍କର ହଠାତ୍ କିଛି କାମ ପଡ଼ିବା କାରଣରୁ ଆପଣଙ୍କ ଯୋଜନା ବିଗିଡ଼ିପାରେ।

ବୃଷ: ଆଜିର ଦିନ ଭାଗ୍ୟ ଆପଣଙ୍କୁ ପୂରା ସାଥ୍‌ ଦେବ। ଆପଣଙ୍କର ସମସ୍ତ ପୁରୁଣା କାର୍ଯ୍ୟ ସମାପ୍ତ ହେବ। ଆପଣଙ୍କ ମନରେ କିଛି କାମକୁ ନେଇ ସମସ୍ୟା ରହିପାରେ, କିନ୍ତୁ ଏହା ଶୀଘ୍ର ଦୂର ହୋଇଯିବ।

ମିଥୁନ: ଧ୍ୟାନ ଏବଂ ଯୋଗ କେବଳ ଆଧ୍ୟାତ୍ମିକ ରୂପେ ନୁହେଁ, ବରଂ ଶାରୀରିକ ସ୍ତରରେ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ସୌଭାଗ୍ୟ ଆପଣଙ୍କ ଆଡ଼କୁ ଆସିବ।

କର୍କଟ: ଆଜି ଆପଣଙ୍କୁ କିଛି ସକାରାତ୍ମକ ଖବର ମିଳିପାରେ। ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଆପଣଙ୍କୁ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ପଡ଼ିପାରେ, କିନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ସଠିକ୍ ନିର୍ଣ୍ଣୟ ହେବ।

ସିଂହ: ଆଜିର ଦିନ ଧାର୍ମିକ କାର୍ଯ୍ୟରେ ଅତିବାହିତ ହେବ। କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଆପଣଙ୍କୁ ରୋଜଗାରର ଉଚିତ୍‌ ଅବସର ପ୍ରାପ୍ତ ହେବ। ଘରେ ଖୁସିର ମାହୋଲ ରହିବ।

କନ୍ୟା: ଯାହା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ, ସେହି କାର୍ଯ୍ୟ କରନ୍ତୁ। ଆପଣଙ୍କ ଖର୍ଚ୍ଚ ବଜେଟକୁ ବିଗାଡ଼ିପାରେ। ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ସମୟ ବିତାଇବା କେବଳ କୌତୁହଳ ରହିବ ନାହିଁ, ବରଂ ଅନେକ ଯୋଜନା ବିଷୟରେ ଆଲୋଚନା ହୋଇପାରେ।

ତୁଳା: ଆଜି ଆଳସ୍ୟ ତ୍ୟାଗ କରି କାର୍ଯ୍ୟ ଠିକ୍‌ ସମୟରେ କରିବା ଦ୍ୱାରା ସଫଳତା ମିଳିବ। ବୁଝି ବିଚାରି କାର୍ଯ୍ୟ କରନ୍ତୁ। ଆଜି ପ୍ରିୟଜନଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ।

ବିଛା: ଆଜିର ଦିନ ଭଲ ରହିବ। ସାଙ୍ଗମାନଙ୍କ ସହିତ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଇପାରନ୍ତି। ଯଦି ଆପଣ ନୂଆ ଜମି କିଣିବାକୁ ଚିନ୍ତା କରୁଛନ୍ତି, ତା’ ହେଲେ ଆପଣ ଆଜି ତାହାକୁ କିଣି ପାରିବେ।

ଧନୁ: ମଦ୍ୟପାନ ଅଭ୍ୟାସକୁ ଅଲବିଦା କହିବା ପାଇଁ ଆଜି ବହୁତ ଭଲ ଦିନ। ଆପଣ ବୁଝିବା ଦରକାର ଯେ ମଦ୍ୟପାନ ସ୍ୱାସ୍ଥ୍ୟର ସବୁଠାରୁ ବଡ ଶତ୍ରୁ। ଟଙ୍କା ରୋଜଗାରର ନୂଆ ମଉକା ଲାଭ ଦେବ।

ମକର: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଯେପରି କ୍ରୋଧ ବଢ଼ିବ ନାହିଁ, ତାହା ଉପରେ ଧ୍ୟାନ ରଖନ୍ତୁ। ଆର୍ଥିକ ସୁଧାର ଯୋଗୁ ଆପଣ ସହଜରେ ଋଣ ପରିଶୋଧ କରିବାକୁ ସମର୍ଥ ହେବେ।

କୁମ୍ଭ: ଆଜିର ଦିନ ଅନୁକୂଳ ରହିବ। ଆଜି ନୂଆ ସାଙ୍ଗ କରିବା ପୂର୍ବରୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରାପ୍ତ କରନ୍ତୁ। ଆଜି ଅନ୍ୟ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ। ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରିବା ପାଇଁ ଆଜି ହେଉଛି ଭଲ ଦିନ। ଅନ୍ୟଙ୍କୁ ପ୍ରଭାବିତ କରିବା ପାଇଁ ଅତ୍ୟଧିକ ପଇସା ଖର୍ଚ୍ଚ କରନ୍ତୁ ନାହିଁ। ନିଜ କାର୍ଯ୍ୟରେ ଅନ୍ୟ ପାଇଁ ଆଦର୍ଶ ହୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.