Below header

ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୧ଟା ୪୫ରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଷ୍ଟ୍ରପତି ସେଠାରୁ ଦିନ ୧୨ଟା ୨୫ରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗଦେବେ ।

ଅପରାହ୍‌ଣ ୪ ଟା ୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ନିଜେ ପାଠ ପଢ଼ିଥିବା ମହାବିଦ୍ୟାଳୟ ଆଜି ବିଶ୍ୱବିଦ୍ୟାଳୟ । ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ରମାଦେବୀ ବିଶ୍ୱବିଦ୍ୟାଳୟ । ୪ ବର୍ଷ ରହି ରମାଦେବୀରେ ପାଠ ପଢ଼ିଥିଲେ ଦ୍ରୌପଦୀ ମୁର୍ମୁ । ଯେଉଁ କଲେଜରେ ପାଠ ପଢ଼ୁଥିଲେ, ସେହିଠି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ । ଏହି ସମୟରେ ହଷ୍ଟେଲରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ନିଜ ସହପାଠିନୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରବେଶ ପଥରୁ ପ୍ରେକ୍ଷାଳୟ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଲାଗି କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ମୋଟ ୪୦ ପ୍ଲାଟୁନ ଫୋର୍ସ ଓ ୨ ଶହ ଅଫିସର ରହିବେ । ବ୍ଲୁ ବୁକ୍‌ ଅନୁସାରେ କରାଯାଇଛି ସୁରକ୍ଷା ବନ୍ଦୋବସ୍ତ । ୩୦ଟି କାର ରାଷ୍ଟ୍ରପତିଙ୍କ କାରକେଡରେ ସାମିଲ ହେବେ । କ୍ଲିଅରିଂ କାର, ଜାମର ଭ୍ୟାନ, techno କାର, ଭିଭିଆଇପି କାର କାର୍କେଡ଼ରେ ରହିବେ । ଶନିବାର ଦ୍ରୌପଦୀ ମୁର୍ମୁ ଲିଙ୍ଗରାଜ ମନ୍ଦିର ଯିବେ । ଏହାସହ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ-NRRIରେ ଦ୍ୱିତୀୟ ରାଇସ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.