Below header

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ୨ ଅଟକ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଥାନା ପରିସରରେ ଯୁବକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବରୀ ଥାନା ରାମଚନ୍ଦ୍ରପୁରର ୪୨ ବର୍ଷିୟ ବିଚିତ୍ର ପଲେଇ । ସେ ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ରହୁଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ବିଚିତ୍ର ଦୌଡ଼ିକି ଯାଉଥିବା ବେଳେ ଜଣେ ସ୍ଥାନୀୟ ଯୁବକ ତାଙ୍କୁ ଦେଖିବାକୁ ପାଇଥିଲେ । କାରଣ ପଚାରିବାରୁ, ତାଙ୍କୁ ତାଙ୍କ ଭାଇ ଭଉଣୀ ଅପହରଣ କରି ମାଡ଼ ମାରୁଥିବା କହିଥିଲେ । ଏନେଇ ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ କିନ୍ତୁ ତା ପୂର୍ବରୁ ଥାନା ବାହାରେ ହିଁ ଟଳିପଡ଼ିଥିଲେ । ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାଇ ମୃତକ ବିଚିତ୍ର ପଲେଇ ଜଣେ ଯୁବକ ବଟକୃଷ୍ଣ ବେହେରାଙ୍କ ଠାରୁ ୩ ଲକ୍ଷ୍ୟ ଟଙ୍କା ଧାର ନେଇଥିଲେ। ବଟକୃଷ୍ଣକୁ ତିନି ବର୍ଷ ହେବ ଏହି ଧାର ଟଙ୍କା ଦେଉ ନଥିଲେ ବିଚିତ୍ର। ପୂର୍ବରୁ ମଧ୍ୟ ଏହି ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଆପୋଷ ସମାଧାନ ହେବା ପରେ ଗତକାଲି ବିଚିତ୍ର ବଟକୃଷ୍ଣଙ୍କୁ ଟଙ୍କା ଦେବାର ଥିଲା କିନ୍ତୁ ବିଚିତ୍ର ଗତକାଲି ସନ୍ଧ୍ୟାରେ ଲୁଚି ବୁଲୁଥିବା ସମୟରେ ବଟକୃଷ୍ଣ ଓ ତାଙ୍କର ସମ୍ପର୍କୀୟ ଭଉଣୀ ତାଙ୍କୁ ପ୍ରବଳ ମାଡ଼ ମାରିବା ଶହ ଏକ କାରରେ ଟଙ୍କା ହାସଲ କରିବା ପାଇ ଅପହରଣ କରି ନେଉଥିଲେ।

ବାଣୀବିହାର ଛକରେ ବିଚିତ୍ର କାର ଡୋର ଖୋଲି ସହିଦନଗର ଥାନା ଆଡ଼କୁ ଦଉଡି ଆସୁଥିଲେ। ହେଲେ ଥାନା ପରିସରରେ ବିଚିତ୍ର ଆସି ଅଚେତ ହୋଇପଡ଼ିଥିଲେ।ପରେ ପୋଲିସ ବିଚିତ୍ରଙ୍କୁ ଭ୍ୟାନ୍ ରେ ମେଡିକାଲ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.