Below header

ଆଜିର ଭାଗ୍ୟଫଳ ଜାଣନ୍ତୁ: ଦିନଟି ସବୁଆଡ଼ୁ ହେବ ଶୁଭମୟ, ଧାର୍ମିକ କାର୍ଯ୍ୟକଳାପ ପ୍ରତି ରୁଚି ବଢ଼ିବ

ମନ ପ୍ରସନ୍ନ ରହିବ। କିନ୍ତୁ କୌଣସି ଅଜଣା ଭୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଆଜି କୌଣସି ସାଙ୍ଗଙ୍କର ସହଯୋଗ ମିଳିପାରେ। ଆପଣଙ୍କୁ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ଆୟରେ ବୃଦ୍ଧି ହେବ। ଆତ୍ମବିଶ୍ୱାସ ଭରପୂର ରହିବ।

ମେଷ: ମନ ପ୍ରସନ୍ନ ରହିବ। କିନ୍ତୁ କୌଣସି ଅଜଣା ଭୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଆଜି କୌଣସି ସାଙ୍ଗଙ୍କର ସହଯୋଗ ମିଳିପାରେ।

ବୃଷ: ଆଜି ଆପଣଙ୍କୁ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ଆୟରେ ବୃଦ୍ଧି ହେବ। କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁ ବି ଚିନ୍ତିତ ରହିବେ। ଆତ୍ମବିଶ୍ୱାସ ଭରପୂର ରହିବ।

ମିଥୁନ: ଆଜି ଯାତ୍ରାରେ ଯିବାକୁ ପଡ଼ିପାରେ। ଯାତ୍ରା ଲାଭପ୍ରଦ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଆୟର ସ୍ଥିତି ସନ୍ତୋଷଜନକ ରହିବ।

କର୍କଟ: ଆଜି କୌଣସି ରାଜନେତାଙ୍କ ସହ ଭେଟ ହୋଇପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ବୃଦ୍ଧି ହେବ।

ସିଂହ: ମନ ଶାନ୍ତ ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ସୁସ୍ୱାଦୁ ଖାଦ୍ୟପେୟରେ ରୁଚି ବଢ଼ିପାରେ। ଆୟରେ ବୃଦ୍ଧି ହେବ, ସେପଟେ ଖର୍ଚ୍ଚ ମଧ୍ୟ ବଢ଼ିବ।

କନ୍ୟା: ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ପରିଶ୍ରମ ଅଧିକ ରହିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ।

ତୁଳା: ଆଜି ନିଜ କଥାବାର୍ତ୍ତା ସଂଯମତା ରକ୍ଷା କରନ୍ତୁ। ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ।

ବିଛା: କୌଣସି ସାଙ୍ଗଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ। ଆଜି ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ। ମାନ ସମ୍ମାନ ମିଳିବ।

ଧନୁ: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ମନରେ ନକାରାତ୍ମକତାର ପ୍ରଭାବ ପଡ଼ିପାରେ। ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ମକର: ମନ ଅଶାନ୍ତ ରହିବ। ଆଳସ୍ୟ ଅଧିକ ହୋଇପାରେ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପରିବାରରେ ସୁଖ, ଶାନ୍ତି ରହିବ। ଅଧ୍ୟୟନରେ ରୁଚି ରହିବ।

କୁମ୍ଭ: ଆତ୍ମବିଶ୍ୱାସରେ ଅଭାବ ରହିପାରେ। ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଆଳସ୍ୟ ଅଧିକ ରହିପାରେ। ମିତ୍ରଙ୍କଠାରୁ ସହଯୋଗ ମିଳିବ। ସ୍ୱଭାବରେ ଜିଦିପଣ ରହିପାରେ।

ମୀନ: ପାଠପଢ଼ା ପ୍ରତି ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବ୍ୟବସାୟରେ ବୃଦ୍ଧି ଘଟିବ। ପରିଶ୍ରମ ଅଧିକ ରହିବ। ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.