ଆଜି କେମିତି କଟିବ ପୂରା ଦିନ, କାହା ପ୍ରତି ସତର୍କ ରହିବେ ସବୁ ଜାଣନ୍ତୁ ରାଶିଫଳରୁ

ମେଷ : ଆପଣ ବନ୍ଧୁ ଏବଂ ପରିବାର ସମ୍ପର୍କୀୟଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଧୁର ରଖନ୍ତୁ ଏବଂ ଏଥିପାଇଁ ଆପଣ ପଦକ୍ଷେପ ନେବା ଉଚିତ୍। ଆପଣ ଶତ୍ରୁମାନଙ୍କୁ ସହଜରେ ପରାସ୍ତ କରିବାକୁ ସମର୍ଥ ହେବେ।

ବୃଷ : ଆଜି ଆପଣ କାର୍ଯ୍ୟରେ କିଛି ବାଧାବିଘ୍ନର ସମ୍ମୁଖୀନ ହେବେ, କିନ୍ତୁ ଏହି ସମୟ ମଧ୍ୟରେ ଆପଣ ନିଜ ସାମର୍ଥ୍ୟଠାରୁ ଅଧିକ କାର୍ଯ୍ୟ କରିବେ। ଆଜି ଆପଣଙ୍କର ସମସ୍ତ ଛୋଟ ଯୋଜନା ସଫଳ ହେବ।

ମିଥୁନ : ଆଜି ଆପଣଙ୍କ ପାଇଁ କିଛି ସମସ୍ୟା ଆସିପାରେ। ଆପଣଙ୍କୁ ଆଜି କଠିନ ପରିଶ୍ରମ କରିବାକୁ ପଡିବ। ଆପଣ ଚାକିରି ବଦଳାଇବା ବିଷୟରେ ଚିନ୍ତା କରିପାରିବେ। ଲମ୍ବା ଯୋଜନା ପ୍ରସ୍ତୁତ କରିବା ପାଇଁ ଏହି ସମୟ ବହୁତ ଭଲ।

କର୍କଟ : ଆଜି ଦିନଟା ଖୁସିରେ ଖୁସିରେ କଟିବ। କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ। ଆଜି ଆପଣଙ୍କ କଳା ଓ ରଚନାତ୍ମକ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା ଫଳରେ ଆପଣାକୁ ହଠାତ ଲାଭ ମିଳିବ।

ସିଂହ : ଆଜି ଆପଣଙ୍କ ଶରୀର ଭଲ ରହିବ। ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ। ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହାଯୋଗୁଁ ଆପଣ ଖୁସି ଅନୁଭବ କରିବେ ସନ୍ଦେହଜନକ ଆର୍ଥିକ ନେବା-ଦେବା ରେ ଫସିବାଠୁ ସାବଧାନ ରୁହନ୍ତୁ।

କନ୍ୟା : ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ। ଆପଣଙ୍କ ଚେଷ୍ଟା ଓ ପରିଶ୍ରମକୁ ଲୋକ ମାନେ ଗୁରୁତ୍ୱ ଦେବେ ଓ ତାହା ଯୋଗୁଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମଧ୍ୟ ମିଳି ପାରେ। ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ।

ତୁଳା : ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ଅବଶ୍ୟ ପାଇବେ ।

ବିଛା : କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଗୁରୁତ୍ୱ ଦେବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

ମକର : ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।

କୁମ୍ଭ : ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କର୍ତ୍ତବ୍ୟ ପରାୟଣ ହେବେ । ଦୂରଯାତ୍ରା ସଫଳ ହେବ ।

ମୀନ : କୌଣସି କାମ ଠିକ୍‌ ସମୟରେ ନ ହେବା କାରଣରୁ ମନ ଦୁଃଖ ନ କରି ଓ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.