Below header

ଆଜିଠୁ ପୁଣି ଥରାଇବ ଶୀତ, ଦକ୍ଷିଣ ଓଡ଼ିଶାରେ ୨କୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଲା ଶୀତ। ଆଜିଠୁ ପୁଣି ଥରାଇବ। ଗତକାଲି ରାତିରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୧.୬, ସୁନ୍ଦରଗଡ଼ରେ ୧୨ ଓ ବାଲେଶ୍ୱରରେ ୧୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ପାରଦ ୨କୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଆଜିଠୁ ଆହୁରି ଥରିବ ଦକ୍ଷିଣ ଓଡ଼ିଶା। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟରେ ଶୀତ ସହ କୁହୁଡ଼ି ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.