Below header

ଆଜିର ରାଶିଫଳ ! ପଢ଼ନ୍ତୁ, ମେଷଠାରୁ ମୀନ ଯାଏଁ କାହାର କେମିତି କଟିବ ଦିନ

ମେଷ : ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ। ଧନ, ମାନସମ୍ମାନ ବୃଦ୍ଧି ପାଇବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।

ବୃଷ : କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କରି କ୍ଷତିରେ ପଡ଼ିବେ। ସଭାସମିତି କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।

ମିଥୁନ : ନୂତନ କର୍ମସଂସ୍ଥାନ ମିଳିପାରେ । ଚେଷ୍ଟା କଲେ ପଦୋନ୍ନତି ମଧ୍ୟ ହୋଇପାରେ । କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତାନ୍ତର ମନାନ୍ତର ହୋଇପାରେ । ମହିଳାମାନେ ଧର୍ମପରାୟଣା ହେବେ ।

କର୍କଟ : କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଫଳରେ ଧାର କରଜ କରିବାକୁ ପଡିପାରେ । ବହୁ ଦିନର ସ୍ୱପ୍ନ ବାସ୍ତବରେ ପରିଣତ ହୋଇପାରେ, ଉଚ୍ଚ ଅଧିକାରୀଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ।

ସିଂହ : ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । ମାଲିକମାନେ ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

କନ୍ୟା : ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଆଗରେ ନତମସ୍ତକ ହେବେ । ଦାମୀ ଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇପାରନ୍ତି । ଦାମ୍ପତ୍ୟ ସଂପର୍କରେ ପରସ୍ପର ପ୍ରତି ସମର୍ପିତ ହେବେ।

ତୁଳା : ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ଓ କର୍ମକ୍ଷେତ୍ରରେ ସଫଳତା ପାଇପାରିବେ। ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବ, ଅଟକି ଥିବା କାର୍ଯ୍ୟ ସମ୍ପନ୍ନ ହେବ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।

ବିଛା : ବନ୍ଧୁଙ୍କ ସହିତ ମତଭେଦ ହେବ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ ନାହିଁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ, ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ : ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇଁ ଝଗଡ଼ ହୋଇପାରେ। ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିବେ। ପାରିବାରିକ କ୍ଷେତ୍ରରେ ଦିନଟି ଭଲ ରହି ନପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ।

ମକର : ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ଆତ୍ମୀୟଙ୍କ ସହଯୋଗ ପାଇ ଆନନ୍ଦିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ।

କୁମ୍ଭ: ମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। କାହାକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ଫଳରେ ମାନ, ପ୍ରତିଷ୍ଠା ବୃଦ୍ଧି ହେବ।ପରିବାରରେ ହସଖୁସିର ବାତାବରଣ ରହିବ।

ମୀନ : ନକାରାତ୍ମକ ଭାବନାକୁ ଛାଡ଼ିବା ପାଇଁ ପ୍ରୟାସ କରନ୍ତୁ। ଆଖପାଖର ଲୋକମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ଅଦରକାରୀ ଜିନିଷ ଓ ଅଦରକାରୀ ଭାବନା ଉପରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.