ଓଡ଼ିଶାରେ ଆଲର୍ଟ : ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ପରେ ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କରୋନାର ଚୀନ୍‌ ଭାରିଆଣ୍ଟ । ଚୀନ୍‌ରେ କରୋନାର ସୁନାମୀ ଆଣିଥିବା ଓମିକ୍ରନ୍‌ BF.7 ପ୍ରଜାତି ଓଡ଼ିଶାରେ ଚିହ୍ନଟ ପରେ ଛନକା ପଶିଛି । ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜିନମ ସିକ୍ୱେନ୍ସିଂ ପରେ ଜଣେ ମହିଳାଙ୍କଠାରେ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଚୀନ, ଜାପାନରେ କୋଭିଡ କେସ ବୃଦ୍ଧି ସହ ଓଡ଼ିଶାରୁ BF.7 ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟରେ ସାରା ରାଜ୍ୟ । ସବୁ ଜିଲ୍ଲାକୁ ସତର୍କ କରାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସବୁ ଜିଲ୍ଲାପାଳ, ସିଡିଏମଘଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ।

ଚୀନ, ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ମାମଲା ବୃଦ୍ଧି ପରେ ଆଲର୍ଟରେ ଅଛନ୍ତି କେନ୍ଦ୍ର ସରକାର । ଜୁନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କୋଭିଡ ଗାଇଡ ଲାଇନରେ ଥିବା ସର୍ଭଲେନ୍ସ ଷ୍ଟାଟେଜୀକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଏହା ଜରୁରୀ । ଦୈନନ୍ଦୀନ ଭିତ୍ତିରେ ପଜିଟିଭ ନମୁନାକୁ RMRC, ILSକୁ ପଠାଇବାକୁ କୁହାଯାଇଛି । ଭାରତ ସରକାରଙ୍କ ଗାଇଡଲାଇନ ପ୍ରୋଟକଲ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏପର୍ଯ୍ୟନ୍ତ ଦେଶରେ ୩ଟି BF.7 ଭାରିଆଣ୍ଟ ଚିହ୍ନଟ ହୋଇଛି । ଦୁଇଟି ଗୁଜରାଟରୁ ଏବଂ ଓଡ଼ିଶାରୁ ଚିହ୍ନଟ ହୋଇଛି ଗୋଟିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.