ଆଜି ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

ବାଲେଶ୍ୱର (କେନ୍ୟୁଜ): ଆଜି ବାଲେଶ୍ୱର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଥମେ ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଯାହାର ମୂଲ୍ୟ ୩୭୫ କୋଟି ଟଙ୍କା । ସେଠାରେ ନବନିର୍ମିତ ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ରେଲୱେ ଓଭରବ୍ରିଜକୁ ଲୋକାର୍ପଣ କରିବେ ।

ସେହିଭଳି ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କା ମୂଲ୍ୟର ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପ୍ରାୟ ୬୦ହଜାର ସଦସ୍ୟ ବିଶିଷ୍ଟ ୫ହଜାର ୬ ଶହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିବେ । ଏହି ରାଶି ଜିଲ୍ଲା ପ୍ରଶାସନ ବାଲେଶ୍ଵରର ଏକ ଅଭିନବ ପଦକ୍ଷେପ ଏକ ଗ୍ରାମପଞ୍ଚାୟତ-ଏକ ଉତ୍ପାଦ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଞ୍ଚାଇବା ପାଇଁ ସହଯୋଗ କରିବ । ଏହାଦ୍ୱାରା ମିଶନ ଶକ୍ତି ମହିଳା ମାନଙ୍କର ଜୀବିକାର ଉନ୍ନତି ହେବା ସହ ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ନୂତନ ଜ୍ଞାନ କୌଶଳ ବିକାଶକୁ ପ୍ରୋତ୍ସାହନ କରିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.