ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍‌ ଯୁଦ୍ଧ: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଘୋଷଣା କଲେ ଜୋ ବାଇଡେନ୍‌

ନୂଆଦିଲ୍ଲୀ : ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍‌ ଯୁଦ୍ଧ । ୟୁକ୍ରେନକୁ ଆଉ ୧୫ ହଜାର କୋଟିର ସାମରିକ ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ହ୍ଵାଇଟ୍‌ ହାଉସରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଜୋ ବାଇଡେନ୍‌ । ଏଥିସହ ୟୁକ୍ରେନକୁ ମିଳିବ ପାଟ୍ରୋଏଟ୍‌ ମିସାଇଲ୍‌ ଡିଫେନ୍ସି ସିଷ୍ଟମ୍‌ । ବାଇଡେନ୍‌ କହିଛନ୍ତି, ବାଟଲ ଗ୍ରାଉଣ୍ଡରେ ୟୁକ୍ରେନକୁ ସହାୟତା ଦେବା ଆମେରିକା ଓ ସହଯୋଗୀ ରାଷ୍ଟ୍ରଙ୍କ ଫୋକସ୍‌ ରହିଛି ।

ୟୁକ୍ରେନକୁ ସମସ୍ତ ସହାୟତା ଜାରି ରହିବ ବୋଲି କହିଛନ୍ତି ବାଇଡେନ୍‌ । ୟୁକ୍ରେନର ସ୍ୱାଧୀନତା ଓ ସୁରକ୍ଷା ନେଇ ଦୁଇ ନେତା ଆଲୋଚନା କରିଛନ୍ତି । ଯୁଦ୍ଧର ପରିସମାପ୍ତି ହେଉ ବୋଲି ମତ ରଖିଛନ୍ତି ଦୁଇ ରାଷ୍ଟ୍ର ନେତା । ନୂତନ ସାମରିକ ସହୟତା ଘୋଷଣା ପରେ ବାଇଡେନଙ୍କୁ କୃତଜ୍ଞତା ଜଣାଇଛନ୍ତି ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନ୍‌ ଉପରେ ହେଉଥିବା ଆକ୍ରମଣକୁ ଏହି ସହାୟତା ପ୍ରତିହତ କରିବ । ଆକାଶ ମାର୍ଗରୁ ରୁଷ୍‌ ସେନାକୁ ମିଳିବ ମୁହଁତୋଡ ଜବାବ । ଆକାଶରୁ ହମଲାକୁ ଦୃଢ଼ ଜବାବ ଦିଆଯିବ ବୋଲି ଜେଲେନସ୍କି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.