ଦୈନିକ ରାଶିଫଳ : ଚାକିରି ଖୋଜୁଥିବା ଲୋକଙ୍କୁ ମିଳିବ ଶୁଭ ସୂଚନା

ଆଜି ନିଜ ଘରକୁ ମରାମତି କରିପାରନ୍ତି । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିପାରନ୍ତି, ଯାହାକୁ ନେଇ ଆପଣ ବହୁତ ଖୁସି ହେବେ ।

ମେଷ : ଆଜି ନିଜ ଘରକୁ ମରାମତି କରିପାରନ୍ତି । କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିପାରନ୍ତି, ଯାହାକୁ ନେଇ ଆପଣ ବହୁତ ଖୁସି ହେବେ ।

ବୃଷ : ଆଜି ଆପଣଙ୍କୁ କଠିନ ପରିଶ୍ରମ କରି କାମ କରିବାକୁ ପଡ଼ିବ । କୌଣସି କାର୍ଯ୍ୟରେ ତରତର ହୁଅନ୍ତୁ ନାହିଁ । ଅଫିସରେ ସହକର୍ମୀ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ ।

ମିଥୁନ : ଆପଣଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । ପ୍ରିୟଜନଙ୍କ ସହିତ ସମ୍ପର୍କ ବଜାୟ ରଖନ୍ତୁ । ଘରେ ଚାଲିଥିବା ସମସ୍ୟାକୁ ନେଇ କୌଣସି ବରିଷ୍ଠ ସଦସ୍ୟଙ୍କ ସହ କଥା ହୋଇପାରନ୍ତି ।

କର୍କଟ : ଆଜି ଆପଣଙ୍କର ସୁଖ, ସମୃଦ୍ଧି ବଢ଼ିବ । ସନ୍ତାନର ସଙ୍ଗତି ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍‌ ସେ କୌଣସି ଭୁଲ୍‌ ସଙ୍ଗତିରେ ପଡ଼ିପାରେ । ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ସୂଚନା ମିଳିବ ।

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । ବେପାରରେ ଲାଭ ମିଳିବ । ସାମାଜିକ କାର୍ଯ୍ୟକଳାପ ପ୍ରତି ରୁଚି ବଢ଼ିବ । ଅଯଥା କିଣାକିଣିରେ ଧନ ଖର୍ଚ୍ଚ ବଢ଼ିପାରେ ।

କନ୍ୟା : ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ଘରକୁ ଅତିଥି ଆସିପାରନ୍ତି । କୌଣସି ସୁଖ, ସୁବିଧା ବସ୍ତୁ କିଣିପାରନ୍ତି । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା : ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଗକୁ ବଢ଼ିବ । ମନବାଞ୍ଛା ପୂରଣ ହେବା ଦ୍ୱାରା ଆପଣଙ୍କ ଖୁସିର ଠିକଣା ରହିବ ନାହିଁ ।

ବିଛା : କୌଣସି ଆଇନଗତ ମାମଲାରେ ତରବର ହୁଅନ୍ତୁ ନାହିଁ । ଏଥିପାଇଁ ଅନୁଭବୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ଧନୁ : ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ । ବରିଷ୍ଠ ଲୋକଙ୍କଠାରୁ କିଛି ଭଲ କଥା ଶିଖିବାକୁ ପାଇବେ । କାର୍ଯ୍ୟକ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ମିଳିବା ଦ୍ୱାରା ଆପଣ ଖୁସି ହେବେ ।

ମକର : ଦିନଟି ଆପଣଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ଯୋଗ୍ୟତା ଅନୁସାରେ କାମ ମିଳିବ ।

କୁମ୍ଭ : ଆଜି ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଧନର କିଛି ଭାଗ ଆପଣ ଦାନ ପୁଣ୍ୟରେ ମଧ୍ୟ ବିନିଯୋଗ କରିବେ । ମନରେ ସକାରାତ୍ମକ ଚିନ୍ତାଧାରା ରହିବ ।

ମୀନ : ଆପଣ ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ଦିନଚର୍ଯ୍ୟାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ । ଆପଣଙ୍କର ଭଲ ବ୍ୟବହାର ଯୋଗୁ ଆପଣଙ୍କ ମିତ୍ର ସଂଖ୍ୟା ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.