Below header

ଓଠର ରଙ୍ଗକୁ ଗୋଲାପି କରିବା ପାଇଁ ଲଗାନ୍ତୁ ଲେମ୍ବୁ ରସ, ଜାଣନ୍ତୁ ଲଗାଇବାର ଉପାୟ

ଯଦି ଆପଣଙ୍କ ଓଠ କଳା ଏବଂ ଏହାକୁ ଆପଣ ଗୋଲାପି ରଙ୍ଗ କରିବାକୁ ଚାହୁଁଛନ୍ତି, ତା’ହେଲେ ଲେମ୍ବ ରସ ଲଗାନ୍ତୁ। ରୋଷେଇ ଘରେ ସହଜରେ ମିଳି ଯାଉଥିବା ଲେମ୍ବୁ ଆପଣଙ୍କ ସହାୟତା କରିପାରିବ। ଆସନ୍ତୁ ଜାଣିବା, ଓଠର ରଙ୍ଗକୁ ହାଲୁକା କରିବା ପାଇଁ କିପରି ଆମେ ଲେମ୍ବୁ ରସ ବ୍ୟବହାର କରିବା। ଲେମ୍ବୁ ରସରେ ମାତ୍ରାଧିକ ଏସିଡ ରହିଥାଏ। କଦାପି ଏହାକୁ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ।

୧. ଲେମ୍ବୁ ଓ Glycerin: ଲେମ୍ବୁକୁ Glycerin ସହ ମିଶାଇ ଲଗାଇଲେ ଓଠ ରଙ୍ଗ ହାଲୁକା ହୋଇଯାଇଥାଏ ଏବଂ ଏହା ଓଠକୁ ମୁଲାୟମ ରଖିଥାଏ।

୨. ଲେମ୍ବୁର ବାମ: ଓଠକୁ ଗୋଲାପି ରଙ୍ଗ କରିବା ପାଇଁ ଲେମ୍ବୁ ରସର ବାମ କିମ୍ବା ଜେଲ ଲଗାନ୍ତୁ। ଏହା ଆପଣଙ୍କୁ ମାର୍କେଟରେ ମିଳିଯିବ।

୩. ଲେମ୍ବୁ ରସ ଓ ଘିଅ: ଓଠକୁ ମୁଲାୟମ ଏବଂ କୋମଳ କରିବା ପାଇଁ ଘିଅ ଲଗାଯାଇଥାଏ। ଲେମ୍ବୁ ରସ ଏବଂ ଘିଅକୁ ମିଶାଇ ଓଠରେ ଲଗାନ୍ତୁ ଏବଂ ଏହାକୁ ରାତିସାରା ଲଗାଇ ରଖିବା ପରେ ମୁଁହ ଧୋଇ ଦିଅନ୍ତୁ। ଯଦି ଲେମ୍ବୁ ରସ ଓଠରେ ଲଗାଇବା ପରେ ଜ୍ବଳନ ହୋଇଥାଏ, ତେବେ ତୁରନ୍ତ ଧୋଇ ଦିଅନ୍ତୁ।

୪. ଲେମ୍ବୁ ରସ ଓ ଗୋଲାପ ଜଳ: ଓଠର ରଙ୍ଗ ବଦଳାଇବା ପାଇଁ ଲେମ୍ବୁ ରସ ଓ ଗୋଲାପ ଜଳ ମିକ୍ସ କରି ଲଗାନ୍ତୁ। ଭଲ ରେଜଲ୍ଟ ପାଇବା ପାଇଁ ଏହାକୁ ପ୍ରତିଦିନ ଲଗାନ୍ତୁ।

୫. ଲେମ୍ବୁ ରସ: ଲେମ୍ବୁ ରସ ସିଧା ଓଠରେ ଲଗାନ୍ତୁ ନାହିଁ। ଏଥିରେ ଅଳ୍ପ ପାଣି ମିକ୍ସ କରନ୍ତୁ ଏବଂ ତା’ପରେ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.