Below header

ପ୍ରତିଦିନ ପିଅନ୍ତୁ ତୁଳସୀ ଚା’, ଯାହା ଆପଣଙ୍କୁ ରୋଗମୁକ୍ତ ରଖିବାରେ ସହାୟକ ହେବ

କରୋନା ଠୁ ଦୂରେଇ ରହିବା ପାଇଁ ଏହାସହ ଅନ୍ୟ ରୋଗଠୁ ମୁକ୍ତି ପାଇଁ ତୁଳସୀର ସେବନ କରାଯାଏ ।ଏହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ । ତେଣୁ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଏହା ଆପଣଙ୍କ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।

ତୁଳସୀ ପତ୍ରର ଆମ ହିନ୍ଦୁ ଧର୍ମରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଏହାର ଔଷଧିୟ ଗୁଣ ଆମ ଶରୀରକୁ ବେଶ ଫାଇଦା ଯୋଗାଇଥାଏ । ଚାଲନ୍ତୁ ଜାଣିବା ଏହାର ଉପକାରିତା ସଂପର୍କରେ ।

– ଏହା ମାନସିକ ଅବସାଦରୁ ମୁକ୍ତି ଦିଏ । ଏଥିରେ ଥିବା ୟୁଜିନାଲ ତତ୍ତ୍ୱ ଷ୍ଟ୍ରେସ ଦୂର କରିବାରେ ସହାୟ ହୁଏ ।

– ଖାଲି ପେଟରେ ତଳସୀ ଖାଇବା ଦ୍ୱାରା ଥଣ୍ଡା ଭଳି ସମସ୍ୟ।।ରୁ ମୁକ୍ତି ମିଳେ ।

45
pc: Vaya.in

– ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ ।

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ରେଡିକଲ୍ସ ସମସ୍ୟାକୁ ଦୂର କରିଥାଏ ।

– ଏହାକୁ ଆପଣ ଚା’ କରି ମଧ୍ୟ ପିଇପାରିବେ । କିନ୍ତୁ ଏଥିରେ କ୍ଷୀର ଓ ଚିନି ପକାନ୍ତୁ ନାହିଁ । ଏଥିରେ ଡାଲଚିନି , ମହୁ, ଅଦା, ଗୁଜୁରାତି ପକାଇ ପିଇପାରିବେ । ଲେମ୍ବୁ ମଧ୍ୟ ପକାଇ ପାରିବେ ।

– ଏହା ଡିପ୍ରେସନ ଦୂର କରେ ।

– ଶରୀରରେ ଜୀବାଣୁକୁ ନାଶ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.