Below header

ଓଜନକୁ କମ୍‌ କରିବାକୁ ଚାହୁଁଛନ୍ତି କି ? ତେବେ ଅନ୍ୟ କିଛି ନୁହେଁ ଏହି ମଞ୍ଜିର କରନ୍ତୁ ବ୍ୟବହାର

ଓଜନ କମ୍‌ କରିବାକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତାରେ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଫିଟ୍‌ ରହିବାକୁ ଓ୍ଵାର୍କଆଉଟ ସହିତ ଘରୋଇ ଉପଚାରକୁ ଆପଣାଉଛନ୍ତି। ସେହିପରି ଯଦି ଆପଣ ବହୁତ ଜଲଦି ଆଉ କମ୍‌ ସମୟରେ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ଚିୟା ସିଡ୍ସର ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ କେବଳ ଶାରୀରିକ ରୂପରେ ସୁସ୍ଥ ରଖିବନି ବରଂ ଅନେକ ରୋଗରୁ ମଧ୍ୟ ରକ୍ଷା କରିବ। ଅନେକ ଲୋକଙ୍କୁ ତ ଚିୟା ସିଡ୍ସର ଆଶ୍ଚଯ୍ୟର୍କର ଫାଇଦା ମିଳିଥାଏ। ଆକାରରେ ଛୋଟ ଦେଖାଉଥିବା ଚିୟା ସିଡ୍ସରେ ଏମିତି ଅନେକ ଗୁଣ ଭରି ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ।

ପୋଷକ ତତ୍ତ୍ୱରେ ଭରପୂର ଚିୟା ସିଡ୍ସ

ଚିୟା ସିଡ୍ସ ଛୋଟ କଳା ରଙ୍ଗର ମଞ୍ଜି। ଏଥିରେ ବହୁତ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ, ଫାଇବର, ମିନେରାଲ୍ସ, ପ୍ରୋଟୀନ ଆଦି ମିଳିଥାଏ, ଯାହା ବହୁତ ଲାଭଦାୟକ। ଚିୟା ସିଡ୍ସରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ, ଯାହାର ସେବନ କରିବା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିଥାଏ। ଏହାକୁ ଆପଣ ଡାଏଟରେ କୌଣସି ଉପାୟରେ ବି ସାମିଲ କରିପାରିବେ।

chiaa

କେମିତି କମ୍‌ କରିବେ ଓଜନ

ଚିୟା ସିଡ୍ସ ସାରା ଦୁନିଆରରେ ଓଜନ କମାଇବା ପାଇଁ ବେଶ୍‌ ଲୋକପ୍ରିୟ। ଓଜନ କମ୍‌ କରିବା ପାଇଁ ଡାଏଟ ଏବଂ ଓ୍ଵାର୍କଆଉଟ ଉଭୟ ଜରୁରୀ ହୋଇଥାଏ। ଅନେକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ଚିୟା ସିଡ୍ସରେ ଫାଇବର ଏବଂ ପ୍ରୋଟୀନ ହେବା ଦ୍ୱାରା ଏହା ଓଜନ କମ୍‌ କରିବାରେ କମାଲର କାମ କରିଥାଏ। ଏହି ମଞ୍ଜିକୁ ନିଜ ଡାଏଟ ପ୍ଲାନରେ ସାମିଲ କରି ଆପଣ ଫାଇଦା ପାଇପାରିବେ।

ଓଜନ କମ୍‌ ବ୍ୟତୀତ ଚିୟା ସିଡ୍ସର ଆହୁରି ଅନେକ ଫାଇଦା

  • ହୃଦୟ ପାଇଁ ଚିୟା ମଞ୍ଜି
  • ଗଣ୍ଠି ଏବଂ ଦାନ୍ତ ପାଇଁ ଚିୟା ସିଡ୍ସ
  • ସ୍ତନ କ୍ୟାନସର ଠାରୁ ରକ୍ଷା କରିଥାଏ
  • ଶକ୍ତି ବା ଏନର୍ଜି ବଢ଼ାଇଥାଏ
  • କୋଲେଷ୍ଟ୍ରଲ କମ୍‌ କରିବାରେ ବେସ୍‌ ସହାୟକ
  • ନିଦ୍ରାହୀନତା ସମସ୍ୟାକୁ ଦୂର କରିଥାଏ
  • ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ ଏହି ମଞ୍ଜି
  • ଚିୟା ସିଡ୍ସରେ ଥାଏ ଆଣ୍ଟି-ଇନଫ୍ଲାମେଟରୀ ଗୁଣ
  • କବ୍ଜ ସମସ୍ୟାରୁ ମିଳିଥାଏ ମୁକ୍ତି

chiaଚିୟା ସିଡ୍ସର ସାଇଡ୍‌ ଇଫେକ୍ଟ

ସବୁ ଜିନିଷର ଭଲ ଖରାପ ରହିଛି। ଚିୟା ସିଡ୍ସରେ ମଧ୍ୟ ଫାଇବରର ମାତ୍ରା ଅଧିକ ରହିଥାଏ, ଯଦି ଆପଣଙ୍କର ଅଚାନକ ଫାଇବରର ମାତ୍ରା ଅଧିକ ହୋଇଗଲା ତାହେଲେ ଶରୀରରେ ତରଳ ପଦାର୍ଥ କମ୍‌ ହେବାର ସମ୍ଭାବନା ବଢ଼ିପାରେ।

କେମିତି କରିବେ ବ୍ୟବହାର

ଏହାକୁ ରାତି ସାରା କ୍ଷୀର କିମ୍ବା ପାଣିରେ ଭିଜାଇ ରଖନ୍ତୁ ଏହାପରେ ସକାଳୁ ଏହାକୁ ସେବନ କରନ୍ତୁ। ଦେଖିବେ ବହୁତ କମ୍‌ ଦିନରେ ଆପଣ ଫରକ ଜାଣିପାରିବେ। ନା ଓ୍ଵାର୍କଆଉଟ ନା କୌଣସି ଡାଏଟର ଦରକାର ପଡିବ। ଏହି ଜିନିଷର ସେବନ କରି ଆପଣ ବହୁତ କମ୍‌ ସମୟରେ ଓଜନ ହ୍ରାସ କମାପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.