ରାସ୍ତା ଉପରେ ଗାଡି ଅଟକାଇ ହାତୀ ନେଉଛି ଟ୍ୟାକ୍ସ, ଦେଖନ୍ତୁ ଭିଡିଓ

ମଣିଷମାନଙ୍କ ପରି ପଶୁମାନେ ମଧ୍ୟ ମନଇଛା କାମ କରିବା ବା ଦାଦାଗିରିରେ ଓସ୍ତାଦ ହୋଇଥାନ୍ତି । ଯଦିଓ ଏହି କଥାକୁ କେହି ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଏହା ସତ ଅଟେ । ଏଭଳି ଏକ ଘଟଣା ବର୍ତ୍ତମାନ ଫେସବୁକରେ ବହୁତ ଟ୍ରେଣ୍ଡ ହେଉଛି । ନିକଟରେ ଭାଇରଲ ହେଉଥିବା ଏକ ଭିଡିଓରେ ହାତୀ ରାସ୍ତାରେ ଯାଉଥିବା ଟ୍ରକ ଏବଂ ଯାନବାହାନକୁ ଅଟକାଉଛି । ତା’ପରେ ଟ୍ରକ୍ ଏବଂ ଅନ୍ୟ ଗାଡିଗୁଡିକ ହାତୀକୁ ଟ୍ୟାକ୍ସ ଆକାରରେ ବନ୍ଧାକୋବି ଏବଂ ଖାଦ୍ୟ ସାମଗ୍ରୀ ଦେଉଛନ୍ତି ଆଉ ତାକୁ ସେ ଆନନ୍ଦରେ ଖାଇ ଚାଲିଛି । ଏହି ଦୃଶ୍ୟ ଦେଖିବାକୁ ଘଟଣାସ୍ଥଳରେ ଅନେକ ଲୋକ ପହଞ୍ଚିଥିଲେ କିନ୍ତୁ ଏହି ହାତୀଟି ନିଜର ପେଟ ପୁରିବା ପର୍ଯ୍ୟନ୍ତ ସେଠାରେ ସେମିତି ହିଁ କରୁଥିବାର ଦେଖିବାକୁ ମିଳିଥିଲା ।

ଭିଡିଓରେ ହାତୀଟି ରାସ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାରୁ ଆସୁଥିବା ଏବଂ ଯାଉଥିବା ଯାନବାହାନ ରାସ୍ତାରେ ଯିବା ପୂର୍ବରୁ ହାତୀକୁ କିଛି ଖାଦ୍ୟ ଦେଇ ଯାଉଛନ୍ତି । ତାପରେ ହାତୀ ନିଜ ଶୁଣ୍ଢକୁ ଆଗକୁ ବଢ଼ାଇ ଖାଦ୍ୟ ସାମଗ୍ରୀକୁ ସିଧାସଳଖ ପାଟିରେ ନେଉଛି ଏବଂ କିଛି ଖାଦ୍ୟ ସଂଗ୍ରହ କରିବା ପାଇଁ ସେ ତଳେ ରଖୁଛି ।

ପ୍ରକୃତରେ ହାତୀମାନେ ଜଙ୍ଗଲରେ ଖାଦ୍ୟ ପାଆନ୍ତି ନାହିଁ । ଏହି କାରଣରୁ ସେମାନେ ବେଳେବେଳେ ଗାଁ ଏବଂ ରାସ୍ତା ଆଡକୁ ପଳେଇ ଆସନ୍ତି । ସୋସିଆଲ ମିଡିଆରେ ଏହିପରି ଭିଡିଓଗୁଡ଼ିକ ପ୍ରାୟତଃ ଭାଇରାଲ ହୋଇଥାଏ, ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ଏହି କାରଣରୁ ସେମାନେ ଶୀଘ୍ର ଭାଇରାଲ ହୁଅନ୍ତି । ପୂର୍ବରୁ ମଧ୍ୟ ଏପରି ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ହାତୀ ରାସ୍ତା ଦେଇ ଯାଉଥିବା ଟ୍ରକକୁ ଅଟକାଇଥିଲା । ତା’ପରେ ସେଥିରେ ଭର୍ତ୍ତି ଧାନ ଖାଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.