ମାର୍ଶାଘାଇ: ଭୁଜାଲିରେ ଆକ୍ରମଣ କରି ଦୁଇଟି ପରିବାରରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ ୬ଜଣ ଦୁର୍ବୁତ୍ତ

ମାର୍ଶାଘାଇ: ଭୁଜାଲିରେ ଆକ୍ରମଣ କରି ଦୁଇଟି ପରିବାରରୁ ଲୁଟ୍ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗ୍ରାମରେ ଘଟିଛି ଏହି ଅବାଭନୀୟ ଘଟଣା । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୨ ଟି ପରିବାରରୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଦୁର୍ବୁତ୍ତ ମାନେ ପ୍ରଥମେ ଭୁଜାଲିରେ ଦୁଇ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିବା ସହ ଟଙ୍କା ସୁନାଗହଣା ଲୁଟ୍ କରିଥିଲେ ।
ବିଳମ୍ବିତ ରାତ୍ରରେ ୬ ଜଣ ଦୁର୍ବୁତ୍ତ ଗ୍ରିଲ ତାଲା ଭାଙ୍ଗି କୁସୁନପୁର ଗ୍ରାମର କାହ୍ନୁ ଚରଣଙ୍କ ଘରେ ପସି ଚୋରି କରୁଥିବା ସମୟରେ ପରିବାର ଲୋକେ ଉଠି ଚୋରକୁ ବିରୋଧ କରିବାରୁ ୬ ଜଣ ଦୁର୍ବୁତ୍ତ ଭୁଜାଲିରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ଓ ଅନ୍ଯ ଏକ ଘରେ ,ଆଉ ଦୁଇ ଜଣଙ୍କୁ ପୁରାଇ ଘରର ବାହାର ପଟୁ ତାଲା ପକାଇଦେଇଥିଲେ। ଗୁରୁତର କାହ୍ନୁ ଚରଣ ନାୟକ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ମହିଳା ଜଣଙ୍କ କେନ୍ଦ୍ରାପଡା ମେଡିକାଲରୁ ଘରକୁ ଫେରିଛନ୍ତି।