Below header

ମ୍ୟାଗି ଠାରୁ ବି ଆହୁରି କମ୍ ସମୟରେ ପ୍ରସ୍ତୁତ ହେବ ଚଟପଟା କ୍ରିସପି ବାଇଗଣ, ଥରେ ଖାଇଲେ ପାଟିରେ ଲାଖିରହିବ ସ୍ୱାଦ

ଅନେକ ସମୟରେ ଏମିତି ହୋଇଥାଏ ଯେ ଆମ ପାଖରେ ବହୁତ କମ୍ ସମୟ ଥାଏ । କିନ୍ତୁ ଆମକୁ କିଛି ରେସିପି ବନାଇବାର ଅଛି। ଆଉ ଆପଣ କମ୍ ସମୟ ଭିତରେ କ’ଣ ବନାଇବେ ବୋଲି ଚିନ୍ତାରେ ଅଛନ୍ତି । ତା’ହେଲେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ସାଇଡ୍ ବ୍ୟଞ୍ଜନ ବିଷୟରେ କହିବୁ । ଯାହା କମ୍‌ ସମୟରେ ହେବା ସହ ଖାଇବାକୁ ବହୁତ ଟେଷ୍ଟି ହୋଇଥାଏ । ଆପଣ ବାଇଗଣରେ ବନାଇପାରିବେ ଚଟପଟା ବାଇଗଣ ମସଲା । ଚଟପଟା କ୍ରିସପି ବାଇଗଣ ଖାଇବାକୁ ପିଲାଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି। ତା’ହେଲେ ଆସନ୍ତୁ କମ୍ ସମୟ ଭିତରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା କ୍ରିସପି ବାଇଗଣ ମସଲା ।

brinjall recipeଆବଶ୍ୟକୀୟ ସାମଗ୍ରୀ

  • ୨ଟି ବାଇଗଣ (ଗୋଲ ଗୋଲ କଟା ହୋଇଥିବା)
  • ତେଲ (ଫ୍ରାଏ କରିବା ପାଇଁ)
  • ବେସନ
  • ଅଳ୍ପ ଲୁଣ ଏବଂ ଲଙ୍କା ଗୁଣ୍ଡ
  • ସ୍ୱାଦାନୁସାରେ ଆମଚୁର ପାଉଡର
  • ଚାଟ୍ ମସଲା

ପ୍ରସ୍ତୁତି ପ୍ରଣାଳୀ

ଚଟପଟା କ୍ରିସପି ବନାଇବା ପାଇଁ ସର୍ବପ୍ରଥମେ ବାଇଗଣ ଉପରେ ବେସନ ମିଶାଇ ଗରମ ତେଲରେ ଫ୍ରାଏ କରନ୍ତୁ । ଭଲ କରି ଭାଜିବା ପରେ ବାଇଗଣକୁ ପ୍ଲେଟକୁ ବାହାର କରି ତାହା ଉପରେ ଆମଚୁର ପାଉଡର ଏବଂ ଚାଟ୍ ମସଲା ପକାଇ ଦିଅନ୍ତୁ । ବାସ୍‌ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଚଟପଟା ଟେଷ୍ଟୀ ବାଇଗଣ ମସଲା। ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.