ରଶ୍ମିକା ମନ୍ଦାନାଙ୍କୁ ଗୁଗୁଲ କହିଲା ‘ନ୍ୟାସନାଲ କ୍ରସ’, ଖୁସି ହୋଇ ଅଭିନେତ୍ରୀ ଲେଖିଲେ ଏମିତି

ସାଉଥର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଗୁଗୁଲ, 2020ରେ ଭାରତର ଜାତୀୟ କ୍ରସ୍ ଆଖ୍ୟା ଦେଇଛି। ଗୁଗୁଲରେ National Crush Female of India 2020 ଟାଇପ୍ କରିବା ପରେ ରଶ୍ମିକା ମାନ୍ଦାନାଙ୍କ ନାମ ଆସୁଛି। ଏହି କଥା ଜଣାପଡ଼ିବା ପରେ ପ୍ରଶଂସକମାନେ ରଶ୍ମିକାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ ଟ୍ୱିଟରରେ ବି ନ୍ୟାସନାଲକ୍ରସ୍ ହ୍ୟାସଟ୍ୟାଗ୍ ସହିତ ଟ୍ରେଣ୍ଡ କରିବା ଆରମ୍ଭ ହୋଇଯାଇଛି । ତେବେ ରଶ୍ମିକା ଏହାର ସ୍କ୍ରିନସଟ ମଧ୍ୟ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଫିଲ୍ମ ‘କିରିକ୍ ପାର୍ଟି’ରୁ ଖୁବ୍ ଲୋକପ୍ରିୟ ହୋଇଥିବା ରଶ୍ମିକା 2017 ରେ ବାଙ୍ଗାଲୋର ଟାଇମ୍ସର 30 ଜଣ ମୋଷ୍ଟ ଡିଜାୟାରେବୁଲ ମହିଳା ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏବେ ପର୍ଯ୍ୟନ୍ତ ରଶ୍ମିକାଙ୍କ ଆଉଟଫିଟ ଚର୍ଚ୍ଚାରେ ରହିଆସୁଥିଲା । କିନ୍ତୁ ଏବେ ତାଙ୍କର ସୁନ୍ଦର ଚେହେରା, ହସ ସହିତ କଥା କହିବାର ଷ୍ଟାଇଲ ଇତ୍ୟାଦି ଯୋଗୁଁ, ସେ ବର୍ତ୍ତମାନ ଗୁଗୁଲ୍ ସର୍ଚ୍ଚରେ ନ୍ୟାସନାଲ କ୍ରସ ଭାବେ ଦେଖାଯାଉଛନ୍ତି।


ରଶ୍ମିକା 5 ଏପ୍ରିଲ 1996 ରେ କର୍ଣ୍ଣାଟକର ବିରଜପେଟରେ ଜନ୍ମଗ୍ରହଣ କରିଥିଲେ। ସେ କର୍ଣ୍ଣାଟକରେ ନିଜର ପାଠପଢା ଶେଷ କରିଥିଲେ । ଅଧ୍ୟୟନ କରିବା ସମୟରେ ମଡେଲିଂ ଆରମ୍ଭ କରିଥିଲେ ସେ । 2016 ରେ ଫିଲ୍ମ ‘କିରିକ୍ ପାର୍ଟି’ରେ ରଶ୍ମିକା ଡେବ୍ୟୁ କରିଥିଲେ । ତେବେ ରଶ୍ମିକାଙ୍କ ଲୋକପ୍ରିୟତା କେବଳ କନ୍ନଡ ଚଳଚ୍ଚିତ୍ରରେ ସୀମିତ ନୁହେଁ, ସେ ଅନେକ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ଫିଲ୍ମ ‘ଚାଲୋ’ ସହିତ 2018 ରେ ତେଲୁଗୁ ଡେବ୍ୟୁ କରିଥିଲେ। ଏହା ପରେ ସେ ଗୀତ ଗୋବିନ୍ଦମ୍, ଦେବଦାସ, ଡ଼ିଅର କମ୍ରେଡ, ସାରିଲେରୁ ନିକେଭାରୁ ଏବଂ ଭୀଷ୍ମ ପରି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.