ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା, ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଏବଂ ଇଶାନ୍ତ

୧୭ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ-ଇଣ୍ଡିଆ ଟେଷ୍ଟ ସିରିଜ। କିନ୍ତୁ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଆହତ ଥିବା ଓପନର ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି। ରିପୋର୍ଟ ମୁତାବକ, ବିସିସିଆଇ ରୋହିତ ଏବଂ ଈଶାନ୍ତ ଶର୍ମା ପ୍ରଥମ ଦୁଇଟି ଟେଷ୍ଟରୁ ବାହାର ହୋଇଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଏବଂ ଈଶାନ୍ତ ଶର୍ମା ଟେଷ୍ଟ ସିରିଜରୁ ବାଦ୍ ପଡିବା କଥା ପୂର୍ବରୁ ଅନୁମାନ କରାଯାଉଥିଲା।

ରୋହିତ ଏବଂ ଈଶାନ୍ତ ଶର୍ମା ଆଇପିଏଲର ୧୩ ସିଜିନରେ ଆହତ ହୋଇଛନ୍ତି । ଆହତ ହେବା ପରେ ଏବେ ରୋହିତ ଏବଂ ଈଶାନ୍ତ ରାହୁଲ ଦ୍ରାବିଡଙ୍କ ଅଧୀନରେ ନ୍ଯାସନାଲ କ୍ରିକେଟ ଏକାଡେମୀରେ ନିଜର ଫିଟନେସ ଜାରି ରଖିଛନ୍ତି । ଯଦି ୫ ଦିନ ଭିତରେ ରୋହିତ ଏବଂ ଈଶାନ୍ତ ଅଷ୍ଟ୍ରେଲିଆରେ ନପହଞ୍ଚନ୍ତି ତେବେ ଟେଷ୍ଟ ସିରିଜ ଖେଳିବା ସେମାନଙ୍କ ପାଇଁ ମୁସ୍କିଲ ହୋଇପଡିବ । ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ ନିୟମ ବେଶ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଠାରେ ଦୁଇ ଖେଳାଳି ପହଞ୍ଚି ୧୪ ଦିନ ପର୍ଯ୍ଯନ୍ତ କ୍ବାରେଣ୍ଟାଇନରେ ରହିବେ ବୋଲି ରବି ଶାସ୍ତ୍ରୀ କହିଛନ୍ତି।

sharma

ଏହି ଦୁଇ ଖେଳାଳି ଟିମ୍‌ରେ ନ ରହିବା, ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିପାରେ। ପୂର୍ବରୁ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ପ୍ରତ୍ଯାବର୍ତ୍ତନ କରିବେ। ବିସିସିଆଇ ମଧ୍ୟ ତାଙ୍କର ରିପ୍ଲେସମେଣ୍ଟର ଘୋଷଣା କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.