Below header

ୟୁଟ୍ଯୁବ ଭିଡିଓକୁ କିଭଳି ନିଜ ମୋବାଇଲ ଆଉ ଲାପଟପ୍ ରେ ଡାଉନଲୋଡ କରିବେ, ଜାଣନ୍ତୁ ଏହି ସହଜ ଉପାୟ

ଆପଣ ୟୁଟ୍ଯୁବରେ ନିଜର ମନ ପସନ୍ଦ ଭିଡିଓକୁ ନିଶ୍ଚିତ ଦେଖୁଥିବେ। ଅନେକ ଥର ଆମେ ନିଜ ପଢା ସମ୍ବନ୍ଧୀୟ କିମ୍ବା ଜରୁରୀ ଭିଡିଓ ଦେଖୁଥିବା ବେଳେ ଡାଟା ଶେଷ ହୋଇଯାଏ। ଏମିତିରେ ଆମେ ଭାବୁ କି, ଏହି ଭିଡିଓ କେମିତି ଡାଉନଲୋଡ ହୋଇଯାଆନ୍ତା କି। କିନ୍ତୁ ଡାଟା ଶେଷ ଯୋଗୁଁ ଏମିତି ହୋଇପାରୁନାହିଁ ବୋଲି ଯଦି ଆପଣ ଭାବୁଥାନ୍ତି, ତେବେ ଏମିତି ବିଲକୁଲ ନୁହେଁ। ଆପଣ ଅତି ସହଜରେ ୟୁଟ୍ଯୁବ ଭିଡିଓ ଡାଉନଲୋଡ କରିପାରିବେ। ଆପଣ ୟୁଟ୍ଯୁବ ଭିଡିଓ ଡାଉନଲୋଡ କରିବା ପାଇଁ ଥାର୍ଡ ପାର୍ଟି ଟୁଲ୍ସ ବ୍ଯବହାର କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି…

ଯଦି ଆପଣ ୟୁଟ୍ଯୁବ ଭିଡିଓ ଡାଉନଲୋଡ କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ଅନ୍ଯ ଆପ୍ ଡାଉନଲୋଡ କରିବାକୁ ଚାହୁଁନାହାନ୍ତି । ତେବେ ୱାଇ୨ମେଟ୍ ଡଟ୍ କମ୍ ସାହାଯ୍ଯରେ ବହୁତ ସହଜରେ ଭିଡିଓ ଡାଉନଲୋଡ କରିପାରିବେ। ଏଥିପାଇଁ ଆପଣଙ୍କୁ ଭିଡିଓର URL ବ୍ଯବହାର କରିବାକୁ ହେବ। ଏବେ ଆପଣ ସେହି ଭିଡିଓର ଫର୍ମାଟ ବାଛିବା ପରେ ତାକୁ କନର୍ଭଟ କରି ଡାଉନଲୋଡ କରିପାରିବେ। ଯଦି ଷ୍ଟୋରେଜ ସମସ୍ଯା ଆସେ, ତେବେ ଫାଇଲ ସାଇଜକୁ ସେଟ କରି ଭିଡିଓ ଡାଉନଲୋଡ କରିପାରିବେ।

youtube 1

ଲାପଟପ୍ ରେ ଏମିତି କରନ୍ତୁ ଭିଡିଓ ଡାଉନଲୋଡ :

ଯଦି ଆପଣ ଲାପଟପ୍ ରେ ୟୁଟ୍ଯୁବ ଭିଡିଓ ଡାଉନଲୋଡ କରିବାକୁ ଚାହୁଁଛନ୍ତି । ତେବେ 4kଭିଡିଓ ଡାଉନଲୋଡ ସଫ୍ଟୱେୟାରକୁ ଇନଷ୍ଟଲ କରନ୍ତୁ। ଏହି ଫ୍ରି ସଫ୍ଟୱେୟାର ସାହାଯ୍ଯରେ ପ୍ଲେ ଲିଷ୍ଟକୁ ଡାଉନଲୋଡ କରିପାରିବେ। ଏହାସହିତ ୩୬୦ ଡିଗ୍ରୀ ଏବଂ ୩ଡି ଭିଡିଓ ମଧ୍ୟ ଡାଉନଲୋଡ କରିବାର ଅପସନ ମିଳିବ। ୟୁଟ୍ଯୁବରୁ ଭଡିଓ ଡାଉନଲୋଡ କରିବା ପାଇଁ ସେହି ଲିଙ୍କ କିମ୍ବା ଆଡ୍ରେସ ବାରକୁ କପି କରିନିଅନ୍ତୁ, ଯାହାକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି । ପରେ 4k ଭିଡିଓ ଡାଉନଲୋଡରରେ URLକୁ ପେଷ୍ଟ କରିଦିଅନ୍ତୁ।

କ୍ବାଲିଟି ହିସାବରେ କରନ୍ତୁ ଡାଉନଲୋଡ :

URL ପେଷ୍ଟ କରିବା ପରେ ଆପଣ କ୍ବାଲିଟିର ଅପସନ ସିଲେକ୍ଟ କରିବାକୁ ହେବ। ଏହାଛଡା ଆପଣଙ୍କୁ ଭିଡିଓ କମେଣ୍ଟ ମଧ୍ୟ ସିଲେକ୍ଟ କରିବାକୁ ହେବ। ଆପଣ MP4 ଫର୍ମାଟ ଚୟନ କରିବା ଦ୍ବାରା ଡାଉନ୍‌ଲୋଡ୍‌ ବହୁତ ସହଜ ହେବ। ଏଥିରେ ଆପଣଙ୍କୁ କେବଳ ବାଲାନ୍ସଡ କ୍ବାଲିଟି ମିଳିବ। ଆପଣ ଏହାକୁ କୌଣସି ଡିଭାଇସରେ ମଧ୍ୟ ପ୍ଲେ କରିପାରିବେ। ଏହାପରେ ଡାଉନଲୋଡ ବଟନରେ କ୍ଲିକ କରି ଭିଡିଓ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.