Below header

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଏମସି କିରାଣୀ

ଭୁବନେଶ୍ୱର(କେ ନ୍ୟୁଜ): ବିଏମସିର ସୁଧାଂଶୁ ମାଝି ନାମକ ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ସମୟରେ ଧରା ପଡିଛନ୍ତି । ସୂଚନା ମୁତାବକ ରସୁଲଗଡର ପ୍ରଶାନ୍ତ କୁମାର ରାୟ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ନେବା ପାଇଁ ଦାବି କରୁଥିଲେ ବିଏମସି କର୍ମଚାରୀ ସୁଧାଂଶୁ ।

୨୦୧୮ ମସିହାର ଏକ ଇଏମଡି ତଥା ସିକ୍ୟୁରିଟି ଡିପୋଜିଟ ରିଲିଜ କରିବା ପାଇଁ ସେ ଟଙ୍କା ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.