କୁକୁର ବଡ଼ ଚତୁର, ମେଣ୍ଢାଦଳକୁ ପାର କରିବା ପାଇଁ ଆପଣେଇଲା ଏମିତି ଟ୍ରିକ; ଦେଖନ୍ତୁ ଭିଡିଓ
ଆପଣମାନେ ରାସ୍ତାରେ ଗଲାବେଳେ ଅନେକ ସ୍ଥାନରେ ଭିଡ଼ ଦେଖିଥିବେ । କିନ୍ତୁ ଏହି ଭିଡ଼ ଭିତରେ କିଛି ଲୋକ ଥାଆନ୍ତି ଯେଉଁମାନେ ଲୋକମାନଙ୍କୁ ପେଲା ଠେଲା କରି ଆଗକୁ ଯିବାକୁ ଚେଷ୍ଟା କରିଥାନ୍ତି । ଆଉ କିଛି ଲୋକ ଥାନ୍ତି, ଯେଉଁମାନେ ଧର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି । ବେଳେ ବେଳେ କିଛି ଲୋକ ଭିଡକୁ ପାର କରିବା ପାଇଁ କିଛି ଟ୍ରିକ୍ସ ଆପଣେଇଥାନ୍ତି । ଖାଲି ମଣିଷ ନୁହେଁ ଆଜ୍ଞା ପଶୁପକ୍ଷୀମାନେ ମଧ୍ୟ ଭିଡ଼ ଦେଖିଲେ ନିଜର ବୁଦ୍ଧି ଖଟାଇଥାନ୍ତି ଭିଡ଼ ପାର କରିବା ପାଇଁ । ଠିକ ସେହିପରି ଏକ ଭିଡକୁ ପାର କରିବା ପାଇଁ ଏକ କୁକୁର ଏମିତି ବୁଦ୍ଧି ଖଟାଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
କୁକୁରଟି ଭିଡକୁ ପାର କରିବା ପାଇଁ ଗହଳି ଭିତରେ ନପଶି ସିଧାସଳଖ ସମସ୍ତଙ୍କ ଉପରେ ଚଢି ଭିଡ଼ ଅତିକ୍ରମ କରିବାକୁ ଚେଷ୍ଟା କରୁଛି । ତେବେ ସେହି ସମୟର ଦୃଶ୍ୟ ଏତେ ଫନି ଥିଲା ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ ।
This dog knew how to walk on clouds…
Shared. pic.twitter.com/bIQ8LSnGxt— Susanta Nanda (@susantananda3) November 21, 2020
ଦେଖିଲେ ତ ..? କଣ ହସ ବନ୍ଦ ହେଉନି ନା । ଏହାକୁ ଦେଖିବା ପରେ ଆପଣ କିନ୍ତୁ ଭିଡ଼ ପାର କରିବାକୁ ଏମିତି ପଦକ୍ଷେପ ନେବେନି । ଏହା ଆପଣଙ୍କ ପାଇଁ ଭାରୀ ପଡିପାରେ । ଏହି ଭିଡିଓକୁ IFS ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁ ଭିଡ଼ିଓଟି ଏବେ ଅଧିକରୁ ଅଧିକ ଭାଇରଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।