Below header

ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ୍ ଡାଲ୍ ଟିକ୍କି, ଥରେ ଖାଇଲେ ଭୁଲିବେ ନାହିଁ ସ୍ବାଦ

ସାମଗ୍ରୀ

୧୦ଟି ସ୍ଲାଇସ ବ୍ରେଡ୍

୧୦୦ ଗ୍ରାମ ମୁଗ ଡାଲି

୩ କଞ୍ଚା ଲଙ୍କା

ଅଧା ଇଞ୍ଚ ଅଦାର ଖଣ୍ଡ

ଲୁଣ ସ୍ବାଦାନୁସାରେ

୧/୪ ଚାମଚ ଲାଲ ଲଙ୍କା

ଅଧା ଚାମଚ ପାନମଧୁରୀ

ଟିକ୍କି ପାଇଁ

୬୦୦ ଗ୍ରାମ ଆଳୁ

ଏକ ଚାମଚ ଧନିଆ ପତ୍ର

ଲେମ୍ବୁ ରସ

ଲୁଣ ସ୍ବାଦାନୁସାରେ

ଅଧା ଚାମଚ ଗୁଣ୍ଡ ଗୋଲ ମରୀଚ

୧/୪ ଚାମଚ ଲାଲ ଲଙ୍କା ପାଉଡର

୧/୪ ଚାମଚ ଗରମ ମସଲା

ସେକିବା ପାଇଁ ଆବଶ୍ୟକ ଅନୁସାରେ ଘିଅ

ପ୍ରଣାଳୀ

-ବ୍ରେଡକୁ ଗୋଲ କରି କାଟି ଦିଅନ୍ତୁ।

-ଡାଲି ଧୋଇ ଦୁଇ ଘଣ୍ଟା ଭିଜାଇ ତାକୁ ଛାଣି ଅଦା ଏବଂ କଞ୍ଚା ଲଙ୍କା ମିଶାଇ ପେଶି ଦିଅନ୍ତୁ। ଏହାପରେ ଲୁଣ, ଲାଲ ଲଙ୍କା ତଥା ପାନମଧୁରୀ ମିଶାଇ ଦିଅନ୍ତୁ।

-ଆଳୁ ସିଝାଇ କସି ଦିଅନ୍ତୁ। ଟିକ୍କି ପାଇଁ ରଖିଥିବା ସମସ୍ତ ସାମଗ୍ରୀ ମିଶାଇ ଦିଅନ୍ତୁ।

-ଏହାର ୧୦ ଭାଗ କରିଦିଅନ୍ତୁ। ପ୍ରତ୍ୟେକ ସ୍ଲାଇସରେ ଆଳୁ ମସଲାର ଏକ ସ୍ତର ଲଗାନ୍ତୁ। ଏହାଉପରେ ଡାଲିର ପତଳା ସ୍ତର ଲଗାନ୍ତୁ। (ଡାଲି ଗାଢ଼ା ଲାଗିଲେ ସେଥିରେ ସାମାନ୍ୟ ପାଣି ମିଶାଇ ଦିଅନ୍ତୁ)।

-ଆଞ୍ଚରେ ତାୱା ବସାଇ ଟିକ୍କିକୁ ଘିଅ ଲଗାଇ ଓଲଟପାଲଟ କରିଦିଅନ୍ତୁ। ଏହା ପ୍ରସ୍ତୁତ ହୋଇଗଲା ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ।
-ଏହାକୁ ସବୁଜ ଚଟଣୀ ସହିତ ଗରମାଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.