Below header

ବିବାହର ୬ମାସ ପରେ ନିକ୍ କଲେ ବଡ଼ ଖୁଲାସା, ଗ୍ଳାମର ଇଣ୍ଡଷ୍ଟ୍ରୀ ଛାଡି ଚାଷ ଆରମ୍ଭ କରିବେ ପ୍ରିୟଙ୍କା

ମୁମ୍ବାଇ : ଚଳିତବର୍ଷ ବିବାହ ଋତୁରେ ପରସ୍ପରର ହାତ ଧରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପପ୍ ଷ୍ଟାର ନିକ୍ ଜୋନ୍ସ। ବର୍ତ୍ତମାନ ଉଦ୍ଭୟଙ୍କ ବିବାହକୁ ୬ମାସ ପୂରଣ ହୋଇସାରିଛି। ଏପରିକି ଏହି ମଧ୍ୟରେ ଦୁହିଁଙ୍କୁ ନେଇ ମିଡିଆରେ ଅନେକ ଖବର ଆସିଥିବା ବେଳେ ତାଙ୍କ ବିବାହ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା। ତେବେ ସମସ୍ତ ଖବରକୁ ଏଡାଇ ନିଜ ବୈବାହିକ ଜୀବନରେ ଖୁବ ଖୁସି ଅଛନ୍ତି ସେଲିବ୍ରେଟୀ କପଲ। ଏହି ମଧ୍ୟରେ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କାଙ୍କ ଭବିଷ୍ୟତ ପ୍ଳାନିଂକୁ ନେଇ କିଛି ଏପରି କହିଛନ୍ତି ନିକ୍ ଯେଉଁଥିଲେ ତାଙ୍କ ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି।

ନିକଟରେ ମିଡିଆ ଇଣ୍ଟରଭ୍ୟୁ ସମୟରେ ନିକ୍ ଜୋନ୍ କହିଥିଲେ, ମୁଁ ଏବେ ମଧ୍ୟ ଫାର୍ମଲାଇପ୍(ଚାଷ) ପ୍ରତି ଖୁବ୍ ଆର୍କଷିତ ରହିଛି। ମୁଁ ସେମିତି ଜୀବନ ପାଇଁ ସେଲିବ୍ରେଟୀ ଜୀବନକୁ ମଧ୍ୟ ଛାଡିପାରିବି। ତେବେ ଏହି ବିଷୟରେ ମୁଁ ପ୍ରିୟଙ୍କାଙ୍କ ସହ କଥା ହୋଇଥିଲି ଏବଂ ସେ ମଧ୍ୟ ଏଥିରେ ମୋ ସହ ଅଛନ୍ତି ବୋଲି କହିଥିଲେ।

nickyanka_0

ଏହା ସହ ନିକ୍ କହିଛନ୍ତି, ଫାର୍ମଲ୍ୟଣ୍ଡରେ ଭବିଷ୍ୟତ ପାଇଁ ବଢ଼ୁଥିବା ବେଳେ ନା କେବଳ ମୋର ବରଂ ପ୍ରିୟଙ୍କାଙ୍କ ଜୀବନରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ପ୍ରିୟଙ୍କାଙ୍କ ପାଇଁ ଏହା ସହଜ ନୁହଁ । ଏପରି କରିବା ଦ୍ବାରା ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ପ୍ରିୟଙ୍କା ଜଣେ ସଫଳ ଅଭିନେତ୍ରୀ ଲୋକ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରନ୍ତି। ମୁଁ ପ୍ରିୟଙ୍କାଙ୍କୁ ଜୀବନସାଥି ଭାବେ ପାଇ ନିଜକୁ ଭାଗ୍ୟଶାଳୀ ଅନୁଭୂତ କରୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ପ୍ରିୟଙ୍କା ଉଦ୍ଭୟ ବଲିଉଡ ଏବଂ ହଲିଉଡରେ ନିଜ କ୍ୟାରିୟର ଗଢ଼ୁଥିବା ବେଳେ ନିକ୍ ହେଉଛନ୍ତି ହଲିଉଡର ଜଣାଶୁଣା ପପଷ୍ଟାର। ତେବେ ପ୍ରିୟଙ୍କା ଏବଂ ନିକ୍ ଙ୍କ ବିବାହରେ ସବୁଠାରୁ ଅଧିକ ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟକୁ ନେଇ ହୋଇଥିଲା। ତେବେ ସବୁ ବାଧାବିଘ୍ନକୁ ନଜରଅନ୍ଦାଜ କରି ଖୁବ ଖୁସିରେ ଜୀବନ ବିତାଉଛନ୍ତି ନିକ୍ ଏବଂ ପ୍ରିୟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.