ଓଡ଼ିଶାରେ ହେବ ଷ୍ଟିଲ ଶିଳ୍ପର ହବ୍ ଏବଂ ଏମଏସଏମଇ ବିଭାଗର କାୟା ବୃଦ୍ଧି କରାଯିବା, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ

ଓଡ଼ିଶାରେ ହେବ ଷ୍ଟିଲ ଶିଳ୍ପର ହବ୍ । ଓଡିଶା ବିନା ଷ୍ଟିଲ ଇଣ୍ଡଷ୍ଟ୍ରିର କଳ୍ପନା କରାଯାଇପାରିବ ନାହିଁ। ଭାରତବର୍ଷରେ ଷ୍ଟିଲ କ୍ଷେତ୍ରର ୬ରୁ ୮ ପ୍ରତିଶ୍ତ ଗ୍ରୋଥ୍ ରେଟ୍ ରହିଛି। ପେଟ୍ରୋଲିୟମ୍ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତ ବେଳେ ଏହି ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ଲଘୁ ଓ କୁଟୀର ଶିଳ୍ପର ପୁନରୁଦ୍ଧାର କରାଯିବ। ଆଗାମୀ ଦିନରେ STEEL MANUFACTURING HUB ହେବ ଓଡ଼ିଶା । ଏହାସହ ଆନୁସଙ୍ଗିକ ଶିଳ୍ପ ମଧ୍ୟ ପ୍ରୋତ୍ସାହିତ ହେବ । ସେହିପରି ଏମଏସଏମ୍ଇ ବିଭାଗର କାୟା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ଏମଏସଏମ୍ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଦୁଇ କେନ୍ଦ୍ର ମନ୍ତ୍ରୀ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ଏହା କହିଛନ୍ତି। ନିବ ନିର୍ବାଚିତ ବିଜେପି ବିଧାୟକ, ସାଂସଦ ସଙ୍ଗୀତା ସିଂଦେଓ, ବସନ୍ତ ପଣ୍ଡା , ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଦୁଇ କେନ୍ଦ୍ର ମନ୍ତ୍ରୀ ଏସ୍ସିଏସ୍ କଲେଜ ସମ୍ମୁଖରେ ବିଜେପିର କାର‌୍ୟ୍ୟାଳୟ ଉଦ୍ଘାଟନ କରିଥିଲେ। ଏହା ପରେ ସତନ୍ତ୍ର ସର୍କିଟ ହାଉସ୍ରେ ବ୍ୟାଙ୍କର୍ସ ଓ ହୋଟେଲ ମାଲିକଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା। ବାତ୍ୟା ଫନି ପରେ ପୁରୀର ପ୍ରମୁଖ ପର‌୍ୟ୍ୟଟନ ଶିଳ୍ପ ବିଶେଷ ପ୍ରଭାବିତ ହୋଇଥିବାରୁ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ କମ୍ ସୁଧରେ ୫୦୦ କୋଟି ପର‌୍ୟ୍ୟନ୍ତ ଋଣ ପ୍ରଦାନ ସଂପର୍କରେ ଆଲୋଚନା ହୋଇଥିଲା। ଶ୍ରୀ ମନ୍ଦିର ଓ କୋଣାର୍କ ମନ୍ଦିର ପୁନରୁଦ୍ଧାର ପାଇଁ ଏଏସ୍ଆଇଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାର‌୍ୟ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.