ରେଳଯାତ୍ରୀଙ୍କୁ ପ୍ରଥମ ଥର ପାଇଁ ଟ୍ରେନରେ ମିଳିବ ମସାଜ୍ ସେବା, ମାତ୍ର ଖର୍ଚ୍ଚ କରିବାକୁ ହେବ ୧୦୦ ଟଙ୍କା

ରେଳ ଯାତ୍ରୀଙ୍କୁ ଯାତ୍ରା ସମୟରେ ଏବେ ମସାଜର ସୁବିଧା ମିଳିବ। ଏଥିପାଇଁ ସେମାନଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଅବଶ୍ୟ ଏହି ସୁବିଧାକୁ ସର୍ବପ୍ରଥମେ ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଆରମ୍ଭ କରାଯିବ। ଦେଶର ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେ ଆପଣ ଚଳନ୍ତା ଟ୍ରେନରେ ଆରାମରେ ମାଲିସର ଆନନ୍ଦ ପାଇପାରିବେ। ଭାରତୀୟ ରେଳ ଯାତ୍ରୀ ଜଳଦି ହିଁ ଏହି ସେବା ଦେବାକୁ ଯାଉଛନ୍ତି। ରେଲୱେ ବୋର୍ଡର ମିଡିଆ ଏବଂ ସଞ୍ଚାର ନିର୍ଦ୍ଦେଶକ ବାଜପେୟୀ କହିଲେ ଯେ ପଶ୍ଚିମ ରେଲୱେ କ୍ଷେତ୍ରରେ ରତଲାମ ମଣ୍ଡଳ ଏହାର ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି।

ଅଧିକାରୀଙ୍କ ଅନୁସାରେ ରେଲୱେ ଇନ୍ଦୋର ଚାଲୁଥିବା ୩୯ଟି ରେଳଗାଡିରେ ଏହି ସେବା ଉପଲବ୍ଧ କରାଯିବ। ଏହା ରେଲୱେ ଇତିହାସର ପ୍ରଥମ ଥର ଯେଉଁଥିରେ ଯାତ୍ରୀଙ୍କ ଆରାମକୁ ଧ୍ୟାନରେ ରଖି ଚଳନ୍ତା ରେଳଗାଡିରେ ମସାଜ୍ ସେବା ଦିଆଯିବ। ଏହାଦ୍ବାରା ନା କେବଳ ରେଲୱେର ଅତିରିକ୍ତ ଆୟ ହେବ ବରଂ ଯାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ଇଜାଫା ହେବ।

ମୁଣ୍ଡର ମାଲିସ ସହିତ ପାଦର ହେବ ମସାଜ୍

ରେଲୱେର ଘୋଷଣା ଅନୁସାରେ ରତମାଳ ମଣ୍ଡଳରେ ଇନ୍ଦୋର ଷ୍ଟେସନରେ ଚାଲୁଥିବା ୩୯ ଟ୍ରେନରେ ଏହି ସୁବିଧାକୁ ଆରମ୍ଭ କରାଯିବ। ସବୁ ଗାଡିରେ ତିନି ରୁ ପାଞ୍ଚ ପ୍ରଶିକ୍ଷିତ ମସାଜ୍ କରୁଥିବା ବ୍ୟକ୍ତିଙ୍କୁ ନିୟୋଜିତ ହେବେ। ଏହି ମସାଜରମାନେ ଯାତ୍ରୀଙ୍କ ସିଟ ପାଖକୁ ଯାଇ ସକାଳ ୬ଟାରୁ ନେଇ ରାତି ୧୦ଟା ପର‌୍ୟ୍ୟନ୍ତ ରହିବେ। ଏହି ସମୟ ମଧ୍ୟରେ ଆପଣ ମୁଣ୍ଡ ଏବଂ ପାଦର ମସାଜ୍ କରିପାରିବେ।

train୧୦୦ ରୁ ୩୦୦ ଟଙ୍କା ହେବ ଖର୍ଚ୍ଚ

ରେଲୱେ କହିଛି ଏମାନଙ୍କର ଫୋନ ନମ୍ବର ଟିଟିଇ ଏବଂ କୋଚରେ ଉପଲବ୍ଧ କରାଯିବ। ଏହି ସୁବିଧା ପାଇଁ ଯାତ୍ରୀଙ୍କୁ ୧୦୦ ଟଙ୍କାରୁ ନେଇ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ରେଲୱେ ତିନି ସ୍କିମ୍- ଗୋଲ୍ଡ, ଡାଇମଣ୍ଡ ଏବଂ ପ୍ଲାଟିନମକୁ ଲଞ୍ଚ କରିଛି। ଗୋଲ୍ଡ ସ୍କିମରେ ମାଲିସ କରୁଥିବା ବ୍ୟକ୍ତି ୧୫ ରୁ ୨୦ ମିନିଟ ପର‌୍ୟ୍ୟନ୍ତ ଜୈତୁନ କିମ୍ବା ଅନ୍ୟ ତେଲରେ ମାଲିସ କରାଯିବ ଏବଂ ଡାଇମଣ୍ଡ ଓ ପ୍ଲାଟିନମ ସ୍କିମରେ ତେଲ ସହିତ କ୍ରୀମ ଏବଂ ୱାଇପ୍ସ ସହିତ ମସାଜ୍ କରାଯିବ।

ଏହି ଟ୍ରେନରେ ଆରମ୍ଭ ହେବ ସେବା

ରେଲୱେ ଯେଉଁ ପ୍ରମୁଖ ଟ୍ରେନରେ ଏହି ସୁବିଧାକୁ ଆରମ୍ଭ କରିଛି। ଏଥିମଧ୍ୟରୁ ମାଲୱା ଏକ୍ସପ୍ରେସ, ନୂଆ ଦିଲ୍ଲୀ ଇଣ୍ଟରସିଟି ଏକ୍ସପ୍ରେସ, ଅହିଲ୍ୟାନଗରୀ ଏକ୍ସପ୍ରେସ, ଅବନ୍ତିକା ଏକ୍ସପ୍ରେସ, କ୍ଷିପ୍ରା ଏକ୍ସପ୍ରେସ, ନର୍ମଦା ଏକ୍ସପ୍ରେସ, ପଞ୍ଚବଲୀ ଏକ୍ସପ୍ରେସ, ଉଜ୍ଜ୍ବୟିନୀ ଏକ୍ସପ୍ରେସ ସାମିଲ ଅଛି।

୨୦ ଦିନରେ ଆରମ୍ଭ ହେବ ସେବା

ରେଲୱେ ଏହି ଯୋଜନାକୁ ଆଗାମୀ ୨୦ ଦିନରେ ଆରମ୍ଭ କରିଦେବେ। ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହାକୁ ପୂରା ଦେଶରେ ଥିବା ପ୍ରମୁଖ ଷ୍ଟେସନ ଭଳି ଜିଲ୍ଲା ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାଙ୍ଗାଲୁର, ଜମ୍ମୁ, ଶ୍ରୀ ବୈଷ୍ଣୋଦେବୀ ଧାମ କଟରା, ହରିଦ୍ବାର, ଡେହେରାଡୁନ୍ ଆଦିରେ ମଧ୍ୟ ଆରମ୍ଭ କରାଯାଇପାରେ। ରେଲୱେର ଏହି ଯୋଜନା ଦ୍ବାରା ପ୍ରାୟ ୨୦ ଲକ୍ଷ ଟଙ୍କା ଆୟ ହେବା ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.