Below header

ବୃଦ୍ଧା ଶାଶୂଙ୍କୁ ନିସ୍ତୁକ ପିଟିଲା ବୋହୂ, ଭାଇରାଲ ହେଲା ଭିଡିଓ ତ ସିଏମ୍ ଦେଲେ ଉତ୍ତର

ସୋସିଆଲ ମିଡିଆରେ ଜଣେ ନିଷ୍ଠୁର ମହିଳା ତାଙ୍କ ବୃଦ୍ଧା ଶାଶୂଙ୍କୁ ନିସ୍ତୁକ ମାରୁଥିବାର ଭିଡିଓ ଭାଇରାଲ ହେଉଛି।ଭିଡିଓରେ ମହିଳା ବୃଦ୍ଧାଙ୍କୁ ଖୁବ ନିର୍ଦୟ ଭାବେ ମାରୁଥିବାର ନଜର ଆସିଛି। ସୂଚନା ଅନୁଯାୟୀ, ଭାଇରାଲ ଭିଡିଓଟି ହରିୟାଣା ମହେନ୍ଦ୍ରଗଡ ଜିଲ୍ଲାର ନିବାଜ ନଗର ଗ୍ରାମର ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଦେଖିବା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ବୃଦ୍ଧ ମହିଳାଙ୍କୁ ମାରପିଟ କରିବା ଏବଂ ଧମକ ଦେବାର ମାମଲା ରୁଜୁ କରିଛି। ପୀଡିତ ବୃଦ୍ଧ ମହିଳାଙ୍କ ସ୍ବାମୀ ବିଏସଏଫରେ ଇନସ୍ପେକ୍ଟର ଭାବେ ନିଯୁକ୍ତ ରହିଥିବା ବେଳେ ୨୦ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ପୀଡିତ ମହିଳା ଆଜାଦ୍ ହିନ୍ଦ୍ ଫୌଜରେ ସଦସ୍ୟ ଥିବେ ବୋଲି ମଧ୍ୟ ସୂଚନା ମିଳିଛି।

ଭିଡିଓ ଶେୟାର କରିଥିବା ବ୍ୟକ୍ତି କହିଛନ୍ତି, ବୃଦ୍ଧା ମହିଳା ଜଣଙ୍କ ଆଜାଦ୍ ହିନ୍ଦ୍ ଫୌଜର ପୂର୍ବ ସୈନିକ। ଏବଂ ସେ ଏବେ ପ୍ରତି ମାସରେ ୩୦ ହଜାର ଟଙ୍କା ପେନସନ୍ ପାଉଛନ୍ତି। ପଡିଶା ଘର ଲୋକଙ୍କ ବୟାନରୁ ଜଣାପଡିଛି ଅଭିଯୁକ୍ତ ବୋହୂ ଜଣଙ୍କ ଦୈନିକ ନିଜ ଶାଶୂଙ୍କ ସହ ଏପରି କରୁଥିବା ଜଣାପଡିଛି। ତେବେ ଏହି ଟ୍ବିଟ ଭାଇରାଲ ହେବା ପରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଏପରି ଅସଭ୍ୟ ବ୍ୟବହାର ସଭ୍ୟ ସମାଜରେ ସହ୍ୟ କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.