Below header

ଜୟପୁର ପାଲଟିଛି ନୀଳ ଜହର ସହର, କରାଯାଇଛି ୧୫ଜଣଙ୍କୁ ଗିରଫ

ଜୟପୁର ପୋଲିସର ଅପରେସନ ନୀଳ ଜହର । ତିନିଟି ସ୍ଥାନରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ଏହି ଘଟଣାରେ ସଦର, ଟାଉନ ଓ ନନ୍ଦପୁର ପୋଲିସ ୧୫ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୪ଟି ମୋବାଇଲ ଫୋନ ଜବତ କରାଯାଇଛି । ଏହି ଘଟଣାରେ କିଛି ବଡ଼ବଡ଼ିଆଙ୍କ ସଂପୃକ୍ତି ନେଇ ସୁରାକ ମିଳିଛି । ଜିଲ୍ଲା ଓ ରାଜ୍ୟ ବାହାରର କିଛି ଲୋକ ଏହି ବେଆଇନ ଗଂଜେଇ କାରରବାରରେ ସାମିଲ ଥିବା କହିଛନ୍ତି ଜୟପୁର ଏସଡିପିଓ । ଜୟପୁରରୁ ପଶ୍ଚିମବଙ୍ଗ, ହରିଆଣା ଓ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ଗିରଫ ୧୪ ଜଣଙ୍କ ମଧ୍ୟରୁ ୬ ଜଣ ବାହାର ରାଜ୍ୟର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.