ଆବିଷ୍କାର ହେଲା ମଣିଷର ମସ୍ତିଷ୍କ ପଢିପାରୁଥିବା ଚିପ୍ ‘BrainTalker’, ଏମିତି କରିବ ସାହାଯ୍ୟ

ଦୈନନ୍ଦିନ ଜୀବନର ମଣିଷ ପ୍ରତ୍ୟେକଟି କାର୍ଯ୍ୟପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରିଥାଏ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବି ମଣିଷ ସହ ତାଳ ଦେଇ ଚାଲିଛି। ଏମିତିକି ମଣିଷର ଏକ ଅଭିନ୍ନ ଅଙ୍ଗ ହେଇସାରିଛି ଏହି ଟେକ୍ନୋଲୋଜି। ଯାହାର ଏକ ଉଦାହାରଣ ଦେଖିବାକୁ ମିଳିଛି ଚିନର ଆୟୋଜିତ ହୋଇଥିବା ୱାଲର୍ଡ ଇଣ୍ଟଲିଜେନ୍ସ କଂଗ୍ରେସର କାର୍ଯ୍ୟକ୍ରମରେ। ଯେଉଁଠାରେ ମଣିଷର ମସ୍ତିଷ୍କକୁ ପଢି ପାରୁଥିବା ଏକ ଚିପର ପଦର୍ଶନ ହୋଇଥିଲା। ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ, ଏହି ଚିପ୍ ମାଧ୍ୟମରେ ମଣିଷ ମସ୍ତିଷ୍କରର ଭାବନାକୁ ନେଇ ସ୍ମାର୍ଟ ଫୋନକୁ ଅପରେଟିଙ୍ଗ କରିପାରିବ। ଏହି ଚିପର ନାମକୁ ‘ବ୍ରେନ ଟକର’ ଦିଆଯାଇଛି ଓ ଏହା ମସ୍ତିଷ୍କର ବୌଦୁତିକ ତରଙ୍ଗରେ କାମ କରିଥାଏ। ଏହି ସିଗନାଲକୁ କମ୍ପ୍ୟୁଟର ମାଧ୍ୟମରେ ରେକର୍ଡ କରାଯାଇପାରିବ।ଚିପ୍ ତିଆରି କରିଥିବା ବୈଜ୍ଞାନିକଙ୍କ ମୁତାବକ ଏହାକୁ କମ୍ପ୍ୟୁଟର, ସ୍ମାର୍ଟଫୋନ ଓ ଅନ୍ୟ ଡିଭାଇସକୁ ଅପରେଟିଙ୍ଗ କରାଯାଇପାରିବ। ଏହା ସହିତ ଚିକିତ୍ସା,ଶିକ୍ଷା,ସୁରକ୍ଷା ଓ ମନୋରଂଜନ କ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ।

ଏହାକୁ ଦୁଇଟି ଶିକ୍ଷାନୁଷ୍ଠାନ ମଳିତ ଭାବେ ତିଆରି କରିଛନ୍ତି

ବ୍ରେନ ଟକରକୁ ତିୟାନଜିନ ୟୁନିଭର୍ସିଟି ଓ ଚାଇନା ଇଲୋକ୍ଟ୍ରୋନିକ୍ସ କର୍ପୋରେସନ ମିଳିତ ଭାବେ ନିର୍ମାଣ କରିଛନ୍ତି । ଚିପ୍ ନିର୍ମାତାଙ୍କ କହିବା ମୁତାବକ ଏହି ଚିପ୍ ମାଧ୍ୟମରେ ବିନା କୌଣସି ନିର୍ଦ୍ଦେଶ, ମୁଭମେଣ୍ଟ କିମ୍ବା ବଟନ ଦବାଇ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟରକୁ ନିୟନ୍ତ୍ରଣ କରାଯାଇପାରିବ। ଏହି ଚିପ୍ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରିବ। କାହିଁକିନା ସୋମାନଙ୍କ ଭାବନାରେ ତାଙ୍କ ହୁଇଲ ଚେୟାର କାମ କରିବାକୁ ଲାଗିବ।
ତିୟାନଜିନ ୟୁନିଭର୍ସିଟିର ଡିନ୍ ଡଙ୍ଗ ମିଙ୍ଗଙ୍କ ମୁତାବକ ମସ୍ତିଷ୍କ ଦ୍ବାରା କମ୍ପ୍ୟୁଟର ନିୟନ୍ତ୍ରଣ କରିବା ପାଇଁ ଏହା ହଉଛି ଏକ ଉତ୍ତମ ଭବିଷ୍ୟ। ବ୍ରେନ ଟକର ମସ୍ତିଷ୍କ ଓ କମ୍ପ୍ୟୁଟର ମଧ୍ୟରେ ଏକ ଇଣ୍ଟରଫେସ ଟେକ୍ନୋଲୋଜି ଭଳି କାମ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.