Below header

ଭିଟାମିନ B12 ଅଭାବରେ ଏମିତି ହୋଇଯାଇପାରେ ଆପଣଙ୍କ ଚେହେରା, ଜାଣନ୍ତୁ ଏହାକୁ ଭଲ କରିବାର ସଠିକ ତରିକା

ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଅନେକ ପ୍ରକାରର ପୋଷାକ ତତ୍ତ୍ୱର ଆବଶ୍ୟକତା ରହିଛି । ଭିଟାମିନ, ମିନେରାଲ, ପ୍ରୋଟିନ ଓ ଡାଇଟାରି ପରି ପୋଷାକ ତତ୍ତ୍ୱ ସେବନରେ ଶରୀର ସୁସ୍ଥ ସବଳ ରହିବ ସହ ତ୍ୱଚାରେ ବି ଏକ ପ୍ରକାର ବିଶେଷ ଚମକ ଆସିଥାଏ । ଏମଧ୍ୟରୁ କୋଉଟା ବି କମ ହେଲେ ଶରୀର ଦୁର୍ବଳ ହେବ ସହ ରୋଗ ଗ୍ରସ୍ଥ ମଧ୍ୟ ହୋଇପାରେ । ଭିଟାମିନ B 12 ଶରୀରରେ ଆରବିଶି ଗଠନରେ ପ୍ରମୁଖ ଭୂମିକା ନିଭେଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଏହି ଭିଟାମିନ ଅଭାବର ପ୍ରଭାବ ସିଧା ସଳଖ ଆମ ଚେହେରା ଉପରେ ପଡ଼ି଼ଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଦେଖାଦେଲେ ଆମେ ଜାଣିବା ଯେ ଆମର ଭିଟାମିନର ଅଭାବ ରହିଛି ବୋଲି ।

VITAMIN

ଚେହେରାରେ ହଳଦିଆ ଦାଗ ହେଲେ:

ଏକ ରିପୋର୍ଟ ଅନୁଯାୟୀ ଏହି ଭିଟାମିନର ଅଭାବ ହେଲେ ବ୍ୟକ୍ତିର ଚେହେରାରେ ଏକ ପ୍ରକାର ହଳଦିଆ ପଣ ଆସିଥାଏ । ଏମିତିକି ବ୍ୟକ୍ତି ଜଣ୍ଡିସ ପରି ମାରାତ୍ମକ ରୋଗରେ ବି ଆକ୍ରାନ୍ତ ହୋଇପାରନ୍ତି । ଶରୀରରେ ରକ୍ତ କଣିକାର ଅଭାବ ହେତୁ ହିଁ ଶରୀର ହଳଦିଆ ପଡ଼ିଯାଏ । ଭିଟାମିନ B 12 ଅଭାବ ହେଲେ ଆଖିର ଧଳା ଭାଗ ବି ମଧ୍ୟ ହଳଦିଆ ହୋଇଯାଏ ।

ଚେହେରାରେ ଦେଖାଦିଏ ଧଳାଦାଗ :

କେତେ ଜଣଙ୍କ ମୁହଁରେ ଧଳା ଦାଗ ହୋଇଥାଏ । ଡାକ୍ତରଙ୍କ ଅନୁଯାୟୀ ଭିଟାମିନ B 12 ଅଭାବରେ ହିଁ ଏପରି ସମସ୍ୟା ଦେଖାଦିଏ । ଏହି କାରଣରୁ ଶରୀରରେ ମେଳାନୀନର ମାତ୍ରା ବି କମିଯାଏ । ଏହି ପରି ଦାଗ ହାତରେ ବି ନଜର ଆସିଥାଏ । ଅବଶ୍ୟ ଅଧିକାଂଶ ସମୟରେ ସୂର୍ଯ୍ୟଙ୍କ ସମ୍ପର୍କରେ ସିଧାସଳଖ ଆସିଲେ ବି ଏହି ସମସ୍ୟା ଦେଖାଦିଏ ।

Image result for deficiency-of-vitamin-b12-can-affect-your-face-badly-know-how-you-can-identify-vitamin-b12-deficiency

କାହିଁକି କମିଥାଏ ଏହି ଭିଟାମିନ:

କେବେ କେବେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହେଲଦି ସେଲସ ଉପରେ ଅଟାକ କରିଥାଏ । ଯାହା ଦ୍ୱାରା ଦେହ ଭିଟାମିନ B 12 କୁ ଗ୍ରହଣ କରିପାରେ ନାହିଁ । ଆପଣ ହୁଏତ ଜଣିନଥିବେ ଆନିମିଆ ହେବାର ପ୍ରମୁଖ କାରଣ ଏହି ଭିଟାମିନର ଅଭାବ ।

କେଉଁଠୁ ମିଳିଥାଏ ଭିଟାମିନ B 12 :

ଏହି ଭିଟାମିନ ସାଧାରଣତଃ ଆନିମଲ ପ୍ରଡକ୍ଟ ଗୁଡିକରେ ହିଁ ଭରପୁର ମାତ୍ରାରେ ମହଜୂତ ଥାଏ । ଚିକେନ ଓ ମଟନରେ ଏହି ଭିଟାମିନର ମାତ୍ରା ଅଧିକ ପରିମାଣରେ ମହଜୂତ ଥାଏ । ଶାକାହାରୀ ଲୋକେ ଶରୀରର ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଦହି କିମ୍ବା ଚିଜ ଭରପୁର ମାତ୍ରାରେ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.