Below header

ଘରେ ବନାଇ ଖାଆନ୍ତୁ ଦୋକାନ ସ୍ବାଦ ଭଳି ଚିକେନ ଫ୍ରାଇ, ଥରେ ଖାଇଲେ ସବୁବେଳେ ଖାଇବାକୁ ଚାହିଁବେ

ସଂଧ୍ୟାରେ ଘରେ କିଛି ଖାସ ପ୍ରସ୍ତୁତ କରିବା ପାଇଁ ଭାବୁଥିଲେ ତେବେ ଏହି ଡିସକୁ ନିଶ୍ଚୟ ଟ୍ରାଇ କରି ଦେଖନ୍ତୁ। ଏହି ରେସିପିକୁ ଆପଣ ସଂନ୍ଧ୍ୟାରେ ଟିଫିନରେ ସର୍ଭ କରିପାରିବେ। ଏହି କ୍ରିସପି ଚିକେନ ଫ୍ରାଇ ପ୍ରସ୍ତୁତ କରିବା କ୍ଷଣି ର୍ହିଁ ଆପଣଙ୍କ ଘରେ ପାର୍ଟି ଭଳି ମାହୋଲ ହୋଇଯିବ। ଆସନ୍ତୁ ଜାଣିବା ଘରେ କେମିତି ଏହି ସ୍ବାଦିଷ୍ଟ ଚିକେନ ଫ୍ରାଇକୁ ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ

ଚିକେନ – ୧/୨ କିଲୋ

ହଳଦୀ ପାଉଡର – ୧/୨ ଟେବୁଲ ଚାମଚ

ଲାଲ ଲଙ୍କା ପାଉଡର – ୧/୨ ଟେବୁଲ ଚାମଚ

ଅଦା,ରସୁଣ ପେଷ୍ଟ – ୧ ଟେବୁଲ ଚାମଚ

କଳା ମରୀଚ – ୧/୨ ଟେବୁଲ ଚାମଚ

ତେଲ – ଏକ ଚାମଚ

ତେଲ (ଛାଣିବା ପାଇଁ) – ଆବଶ୍ୟକ ଅନୁଯାୟୀ

ଲୁଣ – ସ୍ବାଦାନୁସାରେ

ପ୍ରସ୍ତୁତ ପ୍ରଣାଳୀ

chicken1

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଦିଅନ୍ତୁ। ଚିକେନକୁ ଅତିକମରେ ୩ ରୁ ୪ ଥର ସାମାନ୍ୟ ଗରମ ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଏଥିରେ ହଳଦୀ ପାଉଡର, ଲାଲ ଲଙ୍କା ପାଉଡର,ଅଦା-ରସୁଣ ପେଷ୍ଟ, କଳା ମରୀଚ ଏବଂ ଚିକେନ ମସଲା, ତେଲ ଏବଂ ସ୍ବାନ ଅନୁସାରେ ଲୁଣ ମିଶାଇ ଭଲଭାବେ ମ୍ୟାରିନେଟ କରିବାକୁ ଛାଡି ଦିଅନ୍ତୁ।

ଏହାପରେ ଗ୍ୟାସ ଅନ କରି ପ୍ୟାନରେ ତେଲ ଗରମ କରନ୍ତୁ। ଗରମ ତେଲରେ ମ୍ୟାରିନେଟ କରାଯାଇଥିବା ଚିକେନକୁ ପକାଇ ଧୀମା ଆଞ୍ଚରେ ଫ୍ରାଇ କରିବାକୁ ଦିଅନ୍ତୁ। କିଛି ସମୟ ପାଇଁ ପ୍ୟାନକୁ ଏକ ଢ଼ାଙ୍କୁଣୀରେ ଢ଼ାଙ୍କି ଦିଅନ୍ତୁ। କିଛି କିଛି ସମୟ ଅନ୍ତରାଳରେ ଏହାକୁ ଚେକ କରୁଥାନ୍ତୁ । ଯେତେବେଳେ ଚିକେନର ଖଣ୍ଡ ସୁନେଲୀ ରଙ୍ଗ ହୋଇଯିବାପରେ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ଚିକେନ ପକୋଡା ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଲେମ୍ବୁ ଏବଂ ଚାଟ ମସାଲା ସହିତ କଞ୍ଚା ପିଆଜ ଏବଂ ଧନିଆ ଚଟଣୀ ସହିତ ଖାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.