Below header

ଇଜ୍ଜତ ଲୁଟିଲେ ଓ ୭୫ହଜାର ଦେଲେ, ନନେବାରୁ ଭାଇରାଲ କଲେ

ଉତ୍ତର ପ୍ରଦେଶର କୃଷିି ନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ତାର ଭିଡିଓ ଭଇରାଲ କରିଛନ୍ତି କିଛି ଦୁର୍ବୃତ୍ତ । ଏହି ଖବର ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ପାଇବା ପରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଗତ ମାର୍ଚ୍ଚ ୨୨ ତାରିଖରେ କୃଷି ନଗରର ୫ ଜଣ ଯୁବକ ଏକ ଗରିବ ଘରର ନାବାଳିକା ସହ ଗଣଦୁଷ୍କର୍ମ କରି ଭିଡିଓ କରିଥିଲେ । ଏହି ଘଟଣା ପରେ ନାବାଳିକା ଜଣକ ତାଙ୍କ ଘରେ ଜଣାଇବାରୁ ଘରଲୋକ ପଞ୍ଚାୟତର ସହାୟତା ଲୋଡ଼ିଥିଲେ । ପଞ୍ଚାୟତ ସଂପୃକ୍ତ ୫ଜଣଙ୍କୁ ଡକାଇ ବୈଠକରେ ଦୋଷୀ ସାବ୍ୟସ୍ତ କରିବା ସହ କ୍ଷତିପୂରଣ ବାବଦକୁ ୭୫ ହଜାର ଟଙ୍କା ଦେଇ ପୀଡ଼ିତାର ମୁହଁ ବନ୍ଦ ରଖିବାକୁ କହିଥିଲେ । ହେଲେ ଝିଅର ଇଜ୍ଜତ ଆଗରେ ଟଙ୍କା ବଡ଼ ନୁହେଁ ବରଂ ଅଭିଯୁକ୍ତ କଠିନ ଦଣ୍ଡ ପାଇବା ଉଚିତ ବୋଲି ଝିଅର ମା ଦାବି କରିଥିଲେ । ଟଙ୍କା ନେବାକୁ ସଫା ସଫା ମନା କରି ଦେଇଥିଲେ ।
ପଞ୍ଚାୟତ ଫଇସଲାରେ ପୀଡ଼ିତାଙ୍କ ପରିବାର ସମ୍ମତ ନହେବାରୁ ଅଭିଯୁକ୍ତ ଯୁବକମାନେ ଆକ୍ରୋଶ ରଖି ଦୁଷ୍କର୍ମ ଭିଡିଓଟି ଭାଇରାଲ କରି ଦେଇଥିଲେ । ଏହି ଘଟଣା ପରେ କୃଷିନଗର ନିକଟବର୍ତ୍ତୀ କୁବେରସ୍ଥାନ ଥାନା ଅଧିକାରୀ ଖବରକାଗଜ ଆଧାରରେ ଏକ କେସ ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜଣେ ଫେରାର ଥିବାରୁ ପୋଲିସ ତାକୁ ଖୋଜା ଖୋଜି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.