ଯୌତୁକ ପାଇଁ ଭୋକିଲା ରଖି ମାରିଦେଲେ ! ଜାଣନ୍ତୁ କେଉଁଠି

କେରଳର କୁରୁନଗାପ୍ପାଲୀର ଜଣେ ୨୭ ବର୍ଷ ବୟସ ମହିଳାଙ୍କୁ ଖାଇବାକୁ ନଦେଇ ଅନାହାରରେ ଶଶୁ ଘର ଲୋକେ ମାରି ଦେଇଥବାର ଅଭିଯୋଗ ଆସିଛି । ଏନେଇ ଝିଅ ଘର ତରଫରୁ ଥାନାରେ ଏତଲା ଦିଆଯାଇଛି । ତେବେ ବୋହୂକୁ ମାରିବା ପାଇଁ ଶାଶୁଘର ଲୋକଙ୍କ ଏଭଳି ତରିକା ଆପଣାଇ ଥିଲେ ଯାହା ଆପଣ ଶୁଣିଲେ ବି ରକ୍ତ ଗରମ ହୋଇଯିବ ।

ଶୁଖିଲା ଭାତ ସହିତ ଚିନି ଶିରା ଖାଇବାକୁ ଦେଉଥିଲେ

କେବଳ ଶୁଖିଲା ଭାତ ସହିତ ଚିନି ଶିରା ଖାଇବାକୁ ଦେଇ ମହିଳାଙ୍କ ଶରୀରକୁ ଦୁର୍ବଳ କରି ଦେଇଥିଲେ ଶାଶୁଘର ଲୋକେ । ଯାହ ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଆଉ ମୃତ୍ୟୁ ବେଳକୁ ତାଙ୍କ ଶରୀର ଓଜନ ଥିଲା ମାତ୍ର ୨୦ କିଲୋ । ମହିଳାଙ୍କ ପରିବାରର ଅଭିଯୋଗ ମୁତାବକ, ପାଖାପାଖି ପାଞ୍ଚ ବର୍ଷ ହେବ ତାଙ୍କ ଝିଅକୁ ଶଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ । ଆଉ ଏବେ ବର୍ଷେ ହେବ ଝିଅକୁ ପରିବାର ଲୋକଙ୍କ ସହ ଦେଖା କରିବକୁ ମଧ୍ୟ ଦେଉନଥିଲେ । ସବୁ କଥା ଜାଣିଥିଲେ ମଧ୍ୟ କାଳେ ଝିଅର ଜୀବନ ପ୍ରତି ବିପଦ ଆସିବ ସେ ଡରରେ ବାପ ଘର ଲୋକେ ଶଶୁଘର ବିରୋଧରେ ଥାନାରେ ଅଭିଯୋଗ କରିପାରୁନଥିଲେ।

ଯୌତୁକରେ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଦାବି କରିଥିଲେ

ପୋଲିସର ସୂଚନା ଅନୁସାରେ ୨୦୧୩ରେ ଝିଅର ବିବାହ ବେଳେ ବର ପକ୍ଷ ଲୋକ ସୁନା ଗହଣା ଓ ଅଧିକ ଟଙ୍କା ଯୌତୁକରେ ଦାବି କରିଥିଲେ । ଆଉ ଦାବି ମୁତାବକ ସବୁ ପୂରଣ କରିବେ ବୋଲି ଝିଅଘର ଭରସା ମଧ୍ୟ ଦେଇଥିଲେ । ହେଲେ ଯୌତୁକ ଟଙ୍କା ନିର୍ଧାରିତ ସମୟରେ ନଦେଇ ପାରିବାରୁ ଶଶୁଘର ଲୋକଙ୍କ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ଆଉ ଜୀବନରୁ ମାରିବା ପାଇଁ ଆପଣେଇଥିଲେ ଏହି ଭଳି ଭୟଙ୍କର ଅମାନୁଷିକ ପନ୍ଥା । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଶୁ ଓ ଜ୍ବାଇଁକୁ ପୋଲସ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.