ଆପଣ ଆପଣଙ୍କ ପୁରୁଣା ଟୁଥବ୍ରଶକୁ କରୁଛନ୍ତି କ’ଣ ? ଡଷ୍ଟବିନରେ ନ ଫୋପାଡ଼ି ଏହି ୫ଟି ଉପାୟରେ କରନ୍ତୁ ବ୍ୟବହାର

ଆପଣ ଆପଣଙ୍କର ପୁରୁଣା ଟୁଥବ୍ରଶକୁ କ’ଣ କରନ୍ତି? ଅଧିକାଂଶ ଲୋକଙ୍କ ଘରେ ପୁରୁଣା ବ୍ରଶକୁ ଡଷ୍ଟବିନରେ ଫୋପାଡ଼ି ଦିଆଯାଏ। କିନ୍ତୁ ଆପଣ ଚାହିଁଲେ ଏହି ୫ଟି ଉପାୟରେ ପୁରୁଣା ବ୍ରଶକୁ ବ୍ୟବହାର କରିପାରିବେ।

୧. ଜୋତାରୁ ମାଟି ସଫା କରିବା ପାଇଁ: କପଡ଼ା ଜୋତାରେ ସାଧାରଣତଃ ଧୂଳି, ମାଟି ଜମିଯାଇଥାଏ। ସବୁବେଳେ ଏହାକୁ ଧୁଆଯିବା ଉଚିତ ନୁହେଁ। ଆପଣ ନିଜ ପୁରୁଣା ବ୍ରଶ ସାହାଯ୍ୟରେ ଜୋତାରୁ ଧୂଳି ସଫା କରିପାରିବେ।

brush3

୨. କି-ବୋର୍ଡ ସଫା କରିବା ପାଇଁ: କମ୍ପ୍ୟୁଟର କି-ବୋର୍ଡ ସଫା କରିବା ପାଇଁ ଆପଣ ଟୁଥବ୍ରଶ ବ୍ୟବହାର କରିପାରିବେ। ଆପଣ ଏଥିରେ ରିମୋଟ ବି ସଫା କରିପାରିବେ।

୩. ଦାଗ ସଫା କରିବା ପାଇଁ: କାପଡ଼ାରେ ଲାଗିଥିବା ଦାଗକୁ ଆପଣ ଟୁଥବ୍ରଶ ସାହାଯ୍ୟରେ ଛଡ଼ାଇ ପାରିବେ। ଜିଦିଆ ଦାଗ ଉପରେ ବେକିଂ ପାଉଡର ଛିଞ୍ଚି ସେଥିରେ କିଛି ବୁନ୍ଦା ପାଣି ଦେଇ ଏହାକୁ ବ୍ରଶ କରିନିଅନ୍ତୁ।

brush23

୪. ନଳ ସଫା କରିବା ପାଇଁ: ଟୁଥବ୍ରଶ କୋଣ କୋଣକୁ ଯାଇ ଦାଗ ସଫା କରିପାରିବ। ଏକ ବ୍ରଶରେ ଭିନେଗାର କିଛି ଠୋପା ପକାଇ ନଳ ଉପରେ ରଗଡନ୍ତୁ।

୫. ପନିଆ ସଫା କରିବା ପାଇଁ: ଟୁଥବ୍ରଶ ସାହାଯ୍ୟରେ ପାନିଆ ସଫା କଲେ ବହୁତ ସହଜରେ ସଫା ହୋଇଯାଇଥାଏ।

You might also like