ଆଶ୍ଚର୍ଯ୍ୟ ! ପରଫେକ୍ଟ ସେଲ୍ଫି ପାଇଁ ଖର୍ଚ୍ଚ କରିଦେଲେ ୧୫ ହଜାର ଡଲାର

କାଲିଫର୍ଣ୍ଣିଆର ଜଣେ ମହିଳା ନିଜର ସୁନ୍ଦର ସେଲ୍ଫି ଫଟୋ ପାଇଁ ପ୍ଲାଷ୍ଟିକ ସର୍ଜରୀରେ ୧୫ ହଜାର ଡଲାର ଖର୍ଚ୍ଚ କରିଛନ୍ତି। ଏହି ମହିଳାଙ୍କୁ ସବୁବେଳେ ଲାଗୁଥିଲା କି, ତାଙ୍କ ପୁରୁଣା ଚେହେରା ଭଲ ସେଲ୍ଫି ଫଟୋ ପାଇଁ ଠିକ ନୁହେଁ। ମହିଳାଙ୍କ ନାଁ ଟ୍ରିଆନା ଲେବୀ। ୩୮ ବର୍ଷୀୟା ଟ୍ରିଆନା ମିଡିଆ ଆଗରେ କହିଛନ୍ତି ଯେ ସେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନିଜ ଫଟୋ ଦେଖି ଚିଡୁଥିଲେ।

selfie3

dollar

ଏହାର ମୁଖ୍ୟ କାରଣ ଥିଲା କି, ତାଙ୍କ ମୁଁହର ହାଡ଼ ଠିକ ଭାବେ ନ ଥିଲା ଏବଂ ଏହାକୁ ନେଇ ସେ ଚିନ୍ତିତ ମଧ୍ୟ ଥିଲେ। ଚେହେରାକୁ ଫଟୋଜେନିକ ଏବଂ ଜଣେ ସୁପରମଡେଲ ଭଳି ଦେଖାଯିବା ପାଇଁ ଦୁଇ ବର୍ଷ ପୂର୍ବରୁ ସେ ହାଡ଼ ପ୍ରତ୍ୟାରୋପଣ, ନାକ ଏବଂ ଗାଲର ଫ୍ୟାଟକୁ ଅପରେଶନ ଦ୍ୱାରା ଠିକ କରାଇବା ଆରମ୍ଭ କରିଥିଲେ। ଦୁଇ ବର୍ଷ ପରେ ଟ୍ରିଆନା ଆଜି ନିଜ ମୁଁହକୁ ନେଇ ବହୁତ ଖୁସି ଅଛନ୍ତି।

You might also like