ଆସନ୍ତାକାଲି ଖୋଲିବ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଜାଣନ୍ତୁ ଆପଣଙ୍କୁ କେବେ ମିଳିବ ସୁଯୋଗ

ଚାନ୍ଦବାଲି (କେନ୍ୟୁଜ୍‌) : ଆସନ୍ତାକାଲି ଖୋଲିବ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଦୀର୍ଘ ୯ ମାସ ପରେ ଦର୍ଶନ ଦେବେ ଭଦ୍ରକର ଆରାଧ୍ୟ ଦେବତା । ପ୍ରଥମ ଦୁଇ ଦିନ ଅର୍ଥାତ ୨୮ ଏବଂ ୨୯ ତାରିଖରେ ବାବାଙ୍କୁ ଦର୍ଶନ କରପାରିବେ ସେବାୟତଙ୍କ ପରିବାର । ତେବେ ସମସ୍ତ ସେବାୟତଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତା ମୂଳକ । ମନ୍ଦିର ଖୋଲିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି ପ୍ରଶାସନ ।

ସାମାଜିତ ଦୂରତ୍ୱ ରଖି ବ୍ୟାରିକେଡ ମଧ୍ୟରେ ଯାଇ ବାବାଙ୍କୁ ଦର୍ଶନ କରିପାରିବେ ସେବାୟତ । ଏହା ପରେ ୩୦ ଏବଂ ୩୧ରେ ଆରଡି, ନାନ୍ଦପୁର, ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତବାସୀ ବାବାଙ୍କୁ ଦର୍ଶନ କରିପାରିବେ । ତେବେ ୧ ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ନିୟମ ଅନୁଯାୟୀ ସାଧାରଣ ଦର୍ଶନ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.